ପ୍ରମୁଖ ଖବର
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ମଧ୍ୟପ୍ରଦେଶରେ ନିର୍ବାଚନ ଡ୍ୟୁଟି ସାରି ଫେରିବା ବେଳେ ଓଲଟିଲା ପୋଲିସ ବସ୍, ୨୧ ପୋଲିସ କର୍ମୀ ଆହତ…

ନୂଆଦିଲ୍ଲୀ: ଶନିବାର ସକାଳେ ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଏକ ପୋଲିସ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ଟି ଓଲଟି ପଡ଼ିବାରୁ ୨୧ ଜଣ ପୋଲିସ ଓ ହୋମ ଗାର୍ଡ କର୍ମଚାରୀ ଆହତ ହୋଇଛନ୍ତି । ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ ଏହି ଯବାନ ମାନେ ନିର୍ବାଚନ ଡ୍ୟୁଟି କରିବା ପରେ ସେମାନଙ୍କ ଗୃହ ଜିଲ୍ଲା ରାଜଗଡ ଫେରୁଥିଲେ । ଆଉ ଏହି ସମୟରେ ଭୋପାଳ-ବେତୁଲ ରାଜପଥରେ ବରେଥା ଘାଟ ନିକଟରେ ସେମାନଙ୍କ ବସ୍ ଓଲଟି ପଡ଼ିଥିଲା । 

ପୋଲିସ ସବ-ଡିଭିଜନାଲ ଅଫିସର (SDOP) ଶାଲିନୀ ପରସ୍ତେ କହିଛନ୍ତି ଯେ, ଏହି ଦୁର୍ଘଟଣା ସକାଳ ପ୍ରାୟ ୪ ଟା ସମୟରେ ଘଟିଛି । ସେ କହିଛନ୍ତି, “ବସ୍‌ରେ ସମୁଦାୟ ୪୦ ଜଣ କର୍ମଚାରୀ ଥିଲେ, ସେଥିମଧ୍ୟରୁ ପାଞ୍ଚ ଜଣ ପୋଲିସ କର୍ମଚାରୀ ଏବଂ ବାକି ହୋମଗାର୍ଡ କର୍ମଚାରୀ ଥିଲେ । ଏହି ସୈନିକ ମାନେ ଛିଣ୍ଡୱାରା ନିର୍ବାଚନ ଡ୍ୟୁଟି କରିବା ପରେ ରାଜଗଡ ଯାଉଥିଲେ, କିନ୍ତୁ ରାସ୍ତାରେ ବସ୍ ଓଲଟି ପଡିଥିଲା।

ପୋଲିସ ଅଧିକାରୀ କହିଛନ୍ତି ଯେ, ଆଠ ଜଣ ଗୁରୁତର ଆହତ କର୍ମଚାରୀଙ୍କୁ ବେତୁଲ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ଏବଂ ସାମାନ୍ୟ ଆହତ କର୍ମଚାରୀଙ୍କୁ ଶାହପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ସେ କହିଛନ୍ତି ଯେ ରାସ୍ତାରେ ଆସୁଥିବା ଟ୍ରକକୁ ଧକ୍କା ଦେବାରୁ ବର୍ତ୍ତିବା ପରେ ବସ୍ ଓଲଟି ପଡିଥିଲା । ସୂଚନାଥାଉକି ଶୁକ୍ରବାର ଦିନ ଛିଣ୍ଡୱାରା ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.