ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଜାତୀୟ ମହିଳା ହକି ଲିଗ୍: ଆଜିଠୁ ଓଡ଼ିଶା-ହରିଆନା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍, ଭାଗ ନେଇଛନ୍ତି ୮ ଦଳ

ଭୁବନେଶ୍ୱର,୩୦/୦୪: ମଙ୍ଗଳବାରଠୁ ରାଞ୍ଚିରେ ଆରମ୍ଭ ହେବାକୁ ଯାଉଛି ଜାତୀୟ ମହିଳା ହକି ଲିଗର ପ୍ରଥମ ପର୍ଯ୍ୟାୟ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୋଟ୍‌ ୮ଟି ଦଳ ଏଥିରେ ଭାଗ  ନେଇଛନ୍ତି । ଉଦ୍‌ଘାଟନୀ ମ୍ୟାଚରେ ଓଡ଼ିଶା ଓ  ହରିଆନା ମଧ୍ୟରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରତିଯୋଗିତା ୨ଟି ପର୍ଯ୍ୟାୟରେ ଆୟୋଜିତ ହେଉଛି ।  

ମଙ୍ଗଳବାର ଠାରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇ ମେ’ ୯ ତାରିଖରେ ଶେଷ ହେବ । ଏହି ପର୍ଯ୍ୟାୟର ୨୮ଟି ଯାକ ମ୍ୟାଚ୍‌ ରାଞ୍ଚି ଜୟପାଲ ସିଂ ହକି ଷ୍ଟାଡିୟମରେ ଖେଳାଯିବ । ଯେଉଁ ୮ଟି ଦଳ ଜାତୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଆଧାରରେ ସାମିଲ ହୋଇଛନ୍ତି, ସେମାନେ ହେଲେ ଓଡ଼ିଶା, ହରିଆନା, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ମିଜୋରାମ ଓ ମଣିପୁର । ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ କହିଛନ୍ତି, ‘ ପ୍ରଥମ ସଂସ୍କରଣ ଆରମ୍ଭ ହେବାକୁ ନେଇ ଆମେ ଉତ୍ସାହିତ ରହିଛୁ । ଏହା କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଭାରତୀୟ ହକିକୁ ତୃଣମୂଳ ସ୍ତରରୁ ବିକାଶ କରିବା ଦିଗରେ ଏକ ପ୍ରୟାସ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.