ପ୍ରମୁଖ ଖବର
  • ବଡଦେଉଳରେ ଅଘଟଣ, ଗରମ ଡ଼ାଲି ପଡି ଦୁଇଜଣ ବୋଝିଆ ଗୁରୁତର
  • ||
  • ବିଜେପିରୁ ଇସ୍ତାଫା ଦେଲେ ବାସନ୍ତି ମଲ୍ଲିକ
  • ||
  • ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଗଞ୍ଜାମରେ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାରାତାରିଣୀଙ୍କ ଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ କରିବେ
  • ||
  • 'କେଜରିୱାଲଙ୍କ ଗିରଫ ବେଆଇନ୍': ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି
  • ||
  • ସନ୍ଦେଶଖାଲି ମାମଲା: ସିବିଆଇ ଯାଞ୍ଚ ରୋକ୍‌ ନେଇ ଜୁଲାଇରେ ସୁପ୍ରିମକୋର୍ଟ ଶୁଣାଣି
  • ||
  • ହାଇୱା ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ
  • ||
  • ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମୁହାଁମୁହିଁ ପୋଲିସ ଓ ମାଓବାଦୀ, ଟଳିଲେ ୪ ନକ୍ସଲ
  • ||
  • ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ଯାଉଥିବା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା, ୩ ଆହତ
  • ||
  • ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ଟାଇଁ ଟାଇଁ ଖରା: ସକାଳୁ ୮ଟା ୩୦ ସୁଦ୍ଧା ତତଲା ସହର ପାଲଟିଲା ବାରିପଦା, ପାରଦ ଡେଇଁଲା ୩୮ଡିଗ୍ରୀ
  • ||
  • ବିଜୁ ପଟ୍ଟନାୟକ ଏୟାପୋର୍ଟରୁ ୭୫ ଲକ୍ଷର ନଗଦ ଟଙ୍କା ଜବତ, ଦୁଇ ଅଟକ
  • ||
  • ତାତି ଯନ୍ତ୍ରଣା ଆହୁରି ୧୦ ଦିନ: ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ, ମେ' ୨ରେ ଉପକୂଳରେ ସାମାନ୍ୟ କମିପାରେ
  • ||

ପ୍ରତିଶୋଧର ନିଆଁରେ ଜଳୁଛନ୍ତି ନେତାନ୍ୟାହୁ, ଇରାନ୍ ଉପରେ ଆକ୍ରମଣ ଲାଗି ଅନ୍ତିମ ନିଷ୍ପତ୍ତି ନେଇପାରେ ଇସ୍ରାଏଲ୍‌

ଜେରୁସାଲେମ୍‌: ଇରନାର ମିସାଇଲ୍ ଆକ୍ରମଣର ଜବାବ କେବେ ଓ କେମିତି ଦିଆଯିବ ସେନେଇ ଆଜି ନିଷ୍ପତ୍ତି ନେବ ଇସ୍ରାଏଲ । ଦେଶର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନେତୃତ୍ବରେ ଓ୍ବାର କ୍ୟାବିନେଟ୍‌ ଏବଂ ସୁରକ୍ଷା କ୍ୟାବିନେଟ୍‌ ଏହା ଉପରେ ମିଳିତ ଭାବେ ବୈଠକ କରିବେ । ସେପଟେ ସହଯୋଗୀ ଦେଶଙ୍କ ପରାମର୍ଶ ଯାହା ବି ହେଉ ନା କାହିଁକି ଏ ସଂପର୍କରେ ଇସ୍ରାଏଲ ନିଜେ ନିଷ୍ପତ୍ତି ନେବ ବୋଲି ନେତାନ୍ୟାହୁ କହିଛନ୍ତି । ଇସ୍ରାଏଲ ଗସ୍ତରେ ଆସିଥିବା ବ୍ରିଟେନ ଏବଂ ଜର୍ମାନୀର ବୈଦେଶିକ ମନ୍ତ୍ରୀଙ୍କୁ ନେତାନ୍ୟାହୁ ଏନେଇ ସୂଚନା ଦେଇଛନ୍ତି । 

ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡେଭିଡ୍‌ କ୍ୟାମେରୁନ ସଂଯମତା ରକ୍ଷା କରିବାକୁ ଇସ୍ରାଏଲକୁ ପରାମର୍ଶ ଦେଇଥିଲେ । ହେଲେ ୧୩-୧୪ ଏପ୍ରିଲରେ ଇରାନ୍ର ୩୫୦ ମିସାଇଲ ମାଡ଼ର ଜବାବ ଦେବାକୁ ବେଞ୍ଜାମିନ ନେତାନ୍ୟାହୁ ଏବଂ ଇସ୍ରାଏଲ ସେନା ମନସ୍ଥ କରିସାରିଛନ୍ତି । ଏଭଳି ସ୍ଥିତିରେ ଇସ୍ରାଏଲ ସାମ୍ନାରେ ଦୁଇ ଦୁଇଟି ଆହ୍ବାନ ରହିଛି । ପ୍ରଥମତଃ ଇରାନ ଉପରେ ଆକ୍ରମଣ କରିବା ଲାଗି ଇସ୍ରାଏଲକୁ ସବୁଜ ସଂକେତ ଦେଇନାହିଁ ଆମେରିକା । ଅନ୍ୟପଟେ ହିବ୍ରୁ ୟୁନିଭର୍ସିଟରେ ହୋଇଥିବା ଓପିନିୟନ ପୋଲ୍‌ ଅନୁସାରେ, ୭୪ ପ୍ରତିଶତ ଲୋକ ବିଶ୍ବାସ କରୁଛନ୍ତି ଯଦି ସହଯୋଗୀ ଦେଶଙ୍କ ଅନୁମତି ମିଳିନାହିଁ ତେବେ ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିବା ଉଚିତ ହେବ ନାହିଁ । 

ଅନ୍ୟପଟେ ନିଜ ଉପରେ ହୋଇଥିବା ଆକ୍ରମଣର ଜବାବ ଦେବାକୁ ଇସ୍ରାଏଲ ସ୍ଥିର କରିସାରିଥିବା କୁହାଯାଉଛି । କିନ୍ତୁ ଏଥିପାଇଁ ଆମେରିକା ଏବଂ ଅନ୍ୟ ସହଯୋଗୀ ଦେଶଙ୍କ ସହାୟତା ଦରକାର । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଦୂରତା ୧୫୦୦ କିଲୋମିଟର । ଆକାଶମାର୍ଗରେ ଇରାନ ଉପରେ ଆକ୍ରମଣ କରିବାକୁ ହେଲେ ଇସ୍ରାଏଲକୁ ଜୋର୍ଡାନ, ଇରାକ ଏବଂ ସିରିୟାର ଆକାଶମାର୍ଗର ବ୍ୟବହାର କରିବାକୁ ପଡ଼ିବ । ଇରାନ ୩୫୦ରୁ ଅଧିକ ମିସାଇଲ ଏବଂ ଡ୍ରୋନ୍‌ ଆକ୍ରମଣ କରିଥିବା ବେଳେ ଇସ୍ରାଏଲ ନିଶ୍ଚିତ ରୂପେ ଏହାଠୁ ଅଧିକ ମିସାଇଲ ମାଡ଼ କରିପାରେ । 

 ଇରାନ୍‌ ଉପରେ ଆକ୍ରମଣ କରିବାକୁ ହେଲେ ଇସ୍ରାଏଲକୁ ମଧ୍ୟ-ପୂର୍ବରେ ଥିବା ଆମେରିକାର ସୈନ୍ୟ ବେସ୍‌ ଏବଂ ଲୋହିତ ସାଗରରେ ଥିବା ଏୟାରକ୍ରାଫ୍ଟ କ୍ୟାରିୟରର ସହାୟତା ନେବାକୁ ପଡ଼ିବ । ଏସବୁ ଭିତରେ ଇସ୍ରାଏଲ ସେନା ସରକାରଙ୍କ ପାଖରେ ଏକାଧିକ ବିକଳ୍ପ ନେଇ ପ୍ରସ୍ତାବ ରଖିଛି । ଯଦିଓ ଇରାନ ସମର୍ଥିତ ହେଜବୁଲ୍ଲା ଏବଂ ହମାସ ଉପରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି । କିନ୍ତୁ ଏହାକୁ ଇରାନ୍ ସହ ଡାଇାରେକ୍ଟ ଓ୍ବାର ଭାବେ ଇସ୍ରାଏଲ ଦେଖୁନାହିଁ । ଅନ୍ୟପକ୍ଷରେ ଇସ୍ରାଏଲକୁ ସମର୍ଥନ ଦେଲେ ଇରାନ୍‌ ଉତକ୍ଷିପ୍ତ ହୋଇଉଠିବ ବୋଲି ଆମେରିକା ବିଶ୍ବାସ କରୁଛି । ଯଦି ଏଭଳି ହୁଏ ତେବେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକା ବେସ୍‌ ଉପରେ ଆକ୍ରମଣ ହୋଇପାରେ । ଏହା ସହ ଯୁଦ୍ଧ ବହୁ ଦେଶକୁ ବ୍ୟାପିଯାଇପାରେ ବୋଲି ଆମେରିକା ଆଶଙ୍କା କରୁଛି । ସବୁଠୁ ବଡ଼ କଥା ହେଉଛି ଯଦି ଇସ୍ରାଏଲ ଆକ୍ରମଣ କରେ ତେବେ ପ୍ରତିଆକ୍ରମଣ ପାଇଁ ଇରାନ୍ ମଧ୍ୟ ଯୋଜନା କରିସାରିଛି ବୋଲି କୁହାଯାଉଛି । ତେଣୁ ସହଯୋଗୀ ଦେଶଙ୍କ ଅନୁମତି ବିନା ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବା ଅନୁଚିତ ବୋଲି ପ୍ରତିରକ୍ଷା ସମୀକ୍ଷକ ମତ ଦେଇଛନ୍ତି ।

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.