ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଡିଲେଡରୁ ଫ୍ଲୋରିଡାରେ ପହଞ୍ଚିଲା କ୍ରିକେଟ୍‌ ପିଚ୍‌, ସାଢ଼େ ୨୨ ହଜାର କି.ମି ଜାହାଜରେ ବୁହାହୋଇ ଆସିଲା

ଫ୍ଲୋରିଡା,୨୭/୦୪: ଜୁନ ୧ ତାରିଖରୁ  ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆରମ୍ଭ ହେବାକୁ  ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ । ପ୍ରଥମ ଥର କ୍ରିକେଟର ଏହି ମହାସମର ଆମେରିକାରେ  ଆୟୋଜିତ ହେବାକୁ ଯାଉଛି । ସଂପୂର୍ଣ୍ଣ ନୂଆ  ଷ୍ଟାଡିୟମରେ ବିଶ୍ୱକପ୍‌ ଆୟୋଜିତ ହେବ । ଆଉ ଏଥିରେ ଉଠା କ୍ରିକେଟ୍‌ ପିଚ ବା ଭ୍ରାମ୍ୟମାଣ  ପିଚରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।  ହୁଏତ ଏ କଥା ଶୁଣି ଆଶ୍ଚର୍ଯ୍ୟ  ଲାଗିପାରେ, କିନ୍ତୁ କଥାଟି ସତ । ଆମେରିକାରେ  ଯେଉଁ ୩ଟି ଷ୍ଟାଡିୟମରେ (ନ୍ୟୁୟର୍କ, ଫ୍ଲୋରିଡା,  ଟେକ୍ସାସ) ୧୬ଟି ମ୍ୟାଚ୍‌ ଖେଳାଯିବ, ସବୁ  ଷ୍ଟାଡିୟମରେ ଉଠା ପିଚ୍‌ ବିଛା ଯିବ । ଆଉ  ଏଥିପାଇଁ ଅଷ୍ଟ୍ରେଲିଆରୁ ପିଚ୍‌ ଆସି ପହଞ୍ଚି ସାରିଛି ।  

ସହ-ଆୟୋଜକ ଆମେରିକା ଆଡିଲେଡରୁ  କ୍ରିକେଟ୍‌ ପିଚ୍‌ ମଗାଯାଇଥିଲା । ଜାହାଜରେ ପିଚ୍‌  ପ୍ରଥମେ ଆଡିଲେଡରୁ ବାହାରି ଫ୍ଲୋରିଡାରେ ପହଞ୍ଚିଥିଲା । ପରେ ନ୍ୟୁୟର୍କରେ ପହଞ୍ଚି  ସାରିଛି ଏବଂ ସେଠାରୁ ଟେକ୍ସାସ ନିଆଯିବ ।  ଏଥିପାଇଁ ମୋଟ୍‌ ଜଳ ଓ ସ୍ଥଳ ପଥରେ  ୨୨,୫୦୦ କି.ମି ଯାତ୍ରା କରିବାକୁ ପଡ଼ିଛି ।  

ଯାହା ସୂଚନା ରହିଛି, ଷ୍ଟାଡିୟମରେ ପିଚ  ବିଛାଇବା ପାଇଁ ୧୨ ଘଣ୍ଟା ସମୟ ଲାଗିବ ।  ସେଥିପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ପିଚ୍‌ କ୍ୟୁରେଟର ଏବଂ ଅନ୍ୟାନ୍ୟ ବିଶେଷଜ୍ଞମାନେ ଆସି ପହଞ୍ଚିଛନ୍ତି ।  ୩ଟି ଷ୍ଟାଡିୟମରେ ପିଚ୍‌ ବ୍ୟାଟର ନା ବୋଲରଙ୍କୁ  ସହାୟତା କରିବ ତାହା ଏବେ କ୍ରିକେଟ୍‌ପ୍ରେମୀଙ୍କ  ମନରେ ଉତ୍କଣ୍ଠା ସୃଷ୍ଟି କରିଛି । 

ଆଡିଲେଡ୍‌ ଓଭାଲର ପିଚ୍‌  କ୍ୟୁରେଟର ଡାମିଆନ ହ୍ୟୁଗ କହିଛନ୍ତି, ‘ପେସ  ବୋଲର ଏବଂ ନିୟମିତ ବାଉନ୍ସ ହେଲା ଭଳି ପିଚ୍‌  ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ । ବ୍ୟାଟରମାନେ  ସେମାନଙ୍କ ସଟ୍‌ ଖେଳିବେ ।’ ବିଶ୍ୱକପ୍‌ ଶେଷ  ହେବା ପରେ ପୁଣି ଆସନ୍ତା ଜାନୁଆରୀ ମାସରେ ପୁଣି ସମସ୍ତ ପିଚ୍‌ ଆଡିଲେଡ୍‌ ଫେରିଯିବ ।

ଗତ ଅକ୍ଟୋବର ମାସରେ ପିଚକୁ କିଭଳି  ଗୋଟିଏ ସ୍ଥାନରୁ ଆଣି ଆଉ ଏକ ସ୍ଥାନରେ ବିଛା  ଯିବ, ତାହାର ପରୀକ୍ଷଣ କରାଯାଇଥିଲା । ଏହି ଉଠା  ପିଚ୍‌ରେ ଜୁନ ୯ ତାରିଖରେ ବିଶ୍ୱକପ୍‌ର ସବୁଠୁ ବଡ଼  ଲଢ଼େଇ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.