ପ୍ରମୁଖ ଖବର
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଆଇପିଏଲ୍‌ରେ କାହିଁକି ମିଳିଲାନି କ୍ୟାପ୍ଟେନସିପ୍‌ ? ଏଭଳି କହିଲେ ରୋହିତ ଶର୍ମା

Image Courtesy: ndtv

ମୁମ୍ବାଇ: ଆଇପିଏଲ ୨୦୨୪ ପରେ ଜୁନ୍‌ରେ ଆମେରିକା ଏବଂ ଓ୍ବେଷ୍ଟ ଇଣ୍ଡିଜ୍‌ରେ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇସାରିଛି । ଟି-୨୦ ବିଶ୍ବକପରେ ଭାରତୀୟ ଦଳ ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ । ଏହାକୁ ନେଇ ଗୁରୁବାର ରୋହିତ ଶର୍ମା ଏବଂ ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସାମ୍ବାଦିକ ସମ୍ମିଳନୀରେ ବହୁ ପ୍ରଶ୍ନର ଜବାବ ଦେଇଛନ୍ତି ।

 ଏହି ସମୟରେ ଆଇପିଏଲରେ କ୍ୟାପ୍ଟେନସିପ ନମିଳିବାକୁ ନେଇ ରୋହିତ କହିଛନ୍ତି ଯେ, ସବୁ କିଛି ଇଚ୍ଛା ଅନୁସାରେ ମିଳିନଥାଏ । ସୂଚନାଯୋଗ୍ୟ, ଆଇପିଏଲ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍‌ କରିବା ସହ ରୋହିତ ଶର୍ମାଙ୍କୁ ହଟାଇ ତାଙ୍କୁ  ଅଧିନାୟକ କରିଥିଲା । ମୁମ୍ବାଇର ଏଭଳି ନିଷ୍ପତ୍ତିକୁ ନେଇ ଖେଳପ୍ରେମୀ ନାରାଜ ହୋଇଥିଲେ   ଏବଂ ପାଣ୍ଡ୍ୟାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ।

 ଏହାକୁ ନେଇ ରୋହିତ ଶର୍ମା କହିଛନ୍ତି ଯେ, ‘ଦେଖନ୍ତୁ ଏହା ଜୀବନର ଏକ ଅଂଶ । ସବୁ କିଛି ଆପଣଙ୍କ ହିସାବରେ ହୁଏ ନାହିଁ । ଏହା ସବୁଠୁ ଭଲ ଅନୁଭବ ରହିଛି ।ଯାହା କିଛି ବି ମିଳେ ତା ଅନୁସାରେ ଆମକୁ ଚାଲିବାକୁ ହେବ । ଜଣେ ଖେଳାଳି ଭାବରେ ମୋ ପାଖରୁ ଯାହା ଅପେକ୍ଷା କରାଯାଇଛି ତାହା କରିବାକୁ ଚେଷ୍ଟା କରିଛି । ଗତ ଏକ ମାସ ହେଲା ଏମିତି କରିବାକୁ ଚେଷ୍ଟା କରିଆସିଛି ।’  ୩୭ ବର୍ଷୀୟ ରୋହିତ ଶର୍ମା ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ ନକରିବାକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି । ୧୦ଟି ପାଳିରେ ଏବେ ସୁଦ୍ଧା ରୋହିତ ଶର୍ମା ୩୧୪ ରନ୍‌ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.