ପ୍ରମୁଖ ଖବର
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ORHDC ମାମଲା : ମହମ୍ମଦ ମୋକିମଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ, ଭିଜିଲାନ୍ସକୁ ନୋଟିସ୍

କଟକ,୨୩/୦୪: ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଉନ୍ନୟନ ନିଗମ (ଓଆର୍‌ଏଚ୍‌ଡିସି)  ଦୁର୍ନୀତି ମାମଲା। ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ମିଳିଲା ଜାମିନ୍। ମଙ୍ଗଳାବର ମୋକିମ୍‌ଙ୍କ ପିଟିସନ୍‌ ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ଜାମିନ୍ ମଞ୍ଜୁର କରିଛନ୍ତି। ଏହା ସହିତ ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ।

ସୂଚନାନୁଯାୟୀ, କଟକ ବାରବାଟୀ ବିଧାୟକ ନିର୍ବାଚନ ଲଢି ପାରିବେ ନାହିଁ। କାରଣ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ ଉପରେ ରହିତାଦେଶ ଲଗାଇ ନାହାଁନ୍ତି। କେବଳ ଦଣ୍ଡବିଧାନ ଉପରେ ରହିତାଦେଶ ଲଗାଇଛନ୍ତି। 

ସୂଚନା ଥାଉକି, ମଙ୍ଗଳବାର ମହମ୍ମଦ ମୋକିମଙ୍କ ଜେଲ୍ ଦଣ୍ଡାଦେଶ ମାମଲାର ଶୁଣାଣି ହୋଇଥିଲା। ORHDC ଦୁର୍ନୀତି ମାମଲାରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ୨୦୨୪ ନିର୍ବାଚନ ମୋକିମ୍ ଲଢ଼ି ପାରିବେ କି ନାହିଁ ତାହା ଜଣାପଡିନି । କହିବାକୁ ଗଲେ ଓଡ଼ିଶା ରୁରାଲ ହାଉସିଂ ଡେଭଲପ୍‌ମେଣ୍ଟ କର୍ପୋରେସନ ବା ORHDC ଦୁର୍ନୀତି ମାମଲାରେ ଅପ୍ରେଲ ୧୦ ତାରିଖରେ କଟକ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମହମ୍ମଦ ମୋକିମ୍। 

ତେବେ ଗତ ମଙ୍ଗଳବାର ଅଦାଲତ ଏହି ମାମଲାର ଶୁଣାଣି କରି ମୋକିମଙ୍କ ଆତ୍ମସମର୍ପଣ ନିର୍ଦ୍ଦେଶ ଉପରେ ୨୨ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗାଇଥିଲେ । ସୋମବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଥିଲା, ହେଲେ ଅଦାଲତ ଏହାକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଥିଲେ । ORHDC ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। 

ଉକ୍ତ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବାରବାଟୀ ବିଧାୟକ । ହେଲେ ମହମ୍ମଦ ମୋକିମ୍‌ଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଥିଲେ । ତେବେ ଏହା ବିରୋଧରେ ମହମ୍ମଦ ମୋକିମ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି ORHDC ଦୁର୍ନୀତି ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.