ପ୍ରମୁଖ ଖବର
  • ଭୋଟରମାନଙ୍କ ପାଇଁ ଆରମ୍ଭ ହେଲା ‘ମୋ ବୁଥ୍‌ ଆପ୍‌’, ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇବେ ମତଦାତା
  • ||
  • ମହାକାଳପଡ଼ା : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
  • ||
  • ଭୁବନେଶ୍ଵର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତତଲା ପାଗ, ୧୭ ଯାଏ ବର୍ଷା ସମ୍ଭାବନା
  • ||

୧୫ ଦିନ ଧରି ଯୁବକ ନିଖୋଜ, ପ୍ରଶାସନକୁ ନେହୁରା ହେଉଛନ୍ତି ପରିବାର ଲୋକେ

ଚାନ୍ଦବାଲି, ୨୯।୪: ଘରର ରୋଜଗାରିଆ ପୁଅ ନିଖୋଜ ଘଟଣାକୁ ୧୫ ଦିନ ବିତିଲା ।   ଖୋଜି ଖୋଜି ନୟାନ୍ତ ହେଲେଣି ପରିବାର । ସମୟ ଯେତେ ଗଡ଼ୁଛି ସନ୍ଦେହ ସେତେ ବଢ଼ୁଛି । ପୁଅ ଚିନ୍ତାରେ ଏବେ ବାପା ମା’ ବିଛଣାରେ  l ପୁଅ ପାଇଁ ମା’ ବାପା ଏବେ ବ୍ୟାକୁଳ । ପୁଅର ନିଖୋଜ ଘଟଣାକୁ ନେଇ ପରିବାର ଲୋକେ ଏବେ ଅସମ୍ଭାଳ ହୋଇପଡ଼ିଛନ୍ତି । ଫୋନ୍ ନମ୍ୱର୍ ସୁଇଚ୍ ଅଫ୍ ସହିତ କୌଣସି ସନ୍ଧାନ ମିଳିନାହିଁ । ପ୍ରଶାସନକୁ ନେହୁରା ହେଉଛନ୍ତି ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅଧିନସ୍ଥ ବଜରାପୁର ପଞ୍ଚାୟତ ବଜରାପୁର ଗାଁରେ । 

ଅରୁଣ ଓଝାଙ୍କ ପୁଅ ଲିପୁ ଓଝା କଟକସ୍ଥିତ ବାଦାମବାଡ଼ି ନିକଟସ୍ଥ ଏକ କାଠ ଦୋକାନରେ କାର୍ଯ୍ୟ କରୁଥିଲେ । ଘରର ପରିସ୍ଥିତି ପାଇଁ  କଟକରେ ଏକ କାଠ ଦୋକାନରେ ରହି କାର୍ଯ୍ୟ କରୁଥିବା ବେଳେ ପ୍ରତ୍ୟେକ ଦିନ ଘରକୁ ବାପା ମା’ଙ୍କ ସହ ଫୋନ୍ ଯୋଗେ କଥାବାର୍ତ୍ତା ହୁଅନ୍ତି । ୧୫ ଦିନ ହେବ ତାଙ୍କର କୌଣସି ଫୋନ୍ କଲ୍ ଆସି ନଥିବାବେଳେ ମୋବାଇଲ ସୁଇଚ୍ ଅଫ୍ ରହିଛି । ପୁଅର କୌଣସି ସନ୍ଧାନ ନ ମିଳିବାରୁ ବାପା, ମା’ କଟକ ବାଦାମବାଡ଼ି ପୋଲିସ ଷ୍ଟେସନରେ ନିଖୋଜ ଏତଲା ଦେଇଥିଲେ । କିନ୍ତୁ, ଏଯାଏ ୨୨ ବର୍ଷର ପୁଅ ଲିପୁ ଓଝାଙ୍କର କିଛି ଖବର ମିଳିନାହିଁ । ଏପଟେ ସେ କେଉଁଠି କାଠ କାମ କରୁଥିଲେ ତାହାର ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଠିକଣା ପରିବାରଙ୍କ ନିକଟରେ ନାହିଁ । ପୁଅକୁ ଫେରାଇ ଆଣିବା ପାଇଁ ପ୍ରଶାସନକୁ ନେହୁରା ହେଉଛନ୍ତି ପରିବାର ଲୋକେ । ଏପଟେ କଟକ ବାଦାମ ବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି ଏବଂ ସ୍ଥାନୀୟ ଘଣ୍ଟେଶ୍ଵର ଫାଣ୍ଡିରେ ମଧ୍ୟ ଅଭିଯୋଗ କରିଛନ୍ତି ପରିବାର ଲୋକେ । 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.