ପ୍ରମୁଖ ଖବର
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ବଲାଙ୍ଗୀର ଯିବେ ମୁଖ୍ୟମନ୍ତ୍ରୀ, ହିଞ୍ଜିଳି ପରେ କଣ୍ଟାବାଞ୍ଜିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||
  • ଭୁବନେଶ୍ୱର ​‌ଲୋକସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଭରିବେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ
  • ||

କାହା କଥା ଶୁଣିଲେନି ନେତନ୍ୟାହୁ ... ସ୍ୱତନ୍ତ୍ର ଦିନରେ ଇରାନ ଉପରେ ଇସ୍ରାଏଲର ଆକ୍ରମଣ

ତେହରାନ : ଇରାନ ଉପରେ ଜୁମେ ଦିନ ଇସ୍ରାଏଲ ସକାଳେ ହିଁ ମିସାଇଲ ଓ ଡ୍ରୋନ୍‌ ହମଲା କରିଛି। ଏହି ହମଲା ଠିକ୍‌ ସେମିତି ହିଁ ଥିଲା , ଯେମିତି ଇରାନ ଗତ ଦିନରେ ଇସ୍ରାଏଲ ଉପରେ କରି ଥିଲା। କିନ୍ତୁ ଏଥିରେ ଏକ ବିଶେଷ କଥା ଏହା ଥିଲା କି, ଇସ୍ରାଏଲ ଇରାନର ମଧ୍ୟଭାଗରେ ଥିବା ସହର ଇସଫାହାନକୁ ଟାର୍ଗେଟ୍‌ କରିଛି। ଏହାର ଆଲୋଚନା ପୂରା ଦୁନିଆରେ ଏଥିପାଇଁ ହେଉଛି , କାରଣ ଏଠାରେ ଇରାନର ପରମାଣୁ ଅସ୍ତ୍ରଶସ୍ତ୍ରର ସ୍ଥାନ ମଧ୍ୟ ରହିଛି। ଏହି ହମଲାକୁ ନେଇ ଇସ୍ରାଏଲ କିଛି କହି ନାହିଁ ଏବଂ ଇରାନୀ ମିଡ଼ିଆ ମଧ୍ୟ ଏହାକୁ ଅଧିକ ଧ୍ୟାନ ଦେଉ ନାହିଁ। କିନ୍ତୁ ଆମେରିକୀୟ ମିଡ଼ିଆ ଅଧିକାରୀଙ୍କୁ କହିଛି କି, ଇସ୍ରାଏଲ ଜୋରଦାର ଜବାବୀ ଆକ୍ରମଣ କରିଛି। 

ଇରାନର ଫାରସ ନ୍ୟୁଜ୍‌ ଶୁକ୍ରବାର ସକାଳେ ନିଜର ରିପୋର୍ଟରେ କହିଛି କି, ଇସଫାହାନ ପ୍ରାନ୍ତର ଉତ୍ତର ପଶ୍ଚିମ ଅଞ୍ଚଳରେ ଥିବା ଶେକାରୀ ଆର୍ମି ଏୟାରବେସ୍‌ ପାଖରେ ୩ଟି ଧମାକା ଶବ୍ଦ ଶୁଣିବାକୁ ମିଳିଛି। ସେଠାରେ ଇରାନୀ ସ୍ପେସ୍‌ ଏଜେନ୍ସିର ପ୍ରବକ୍ତା ହୁସୈନ ଡାଲିରିଆଁ କହିଛନ୍ତି କି, ଇସ୍ରାଏଲ ଅନେକ ଡ୍ରୋନ୍‌ ପଠାଇ ଥିଲା, ଯାହାକୁ ଆମେ ଟାର୍ଗେଟ୍‌ କରି ଖସାଇ ଦେଇଛୁ। କିନ୍ତୁ ଏବେସୁଦ୍ଧା ମିସାଇଲ ଆକ୍ରମଣର ସୂଚନା ମିଳିନାହିଁ। ଜଣେ ଆମେରିକୀୟ ଅଧିକାରୀ ସିଏନଏନ ସହ କଥାବାର୍ତ୍ତାରେ କହିଛନ୍ତି କି, ଇସ୍ରାଏଲର ଟାର୍ଗେଟ୍‌ରେ ଇରାନର ପରମାଣୁ ସ୍ଥାନ ନଥିଲା। ଇରାନର ଏକ ନ୍ୟୁଜ୍‌ ଏଜେନ୍ସିର କହିବାନୁସାରେ ପରମାଣୁ ସ୍ଥାନ ସଂପୂର୍ଣ୍ଣ ରୂପେ ନିରାପଦ ଅଛି।  

ସେପଟେ ଇରାନ ଅଫିସରଙ୍କ ଅନୁସାରେ ନ୍ୟୁୟର୍କ ଟାଇମ୍ସ ନିଜର ରିପୋର୍ଟରେ ଲେଖିକି ଯେ, ଇସଫାହାନର ମିଲିଟାରୀ ଏୟାରବେସ୍‌ ପାଖରେ ହମଲା ହୋଇଛି। ଏହି ହମଲା ଇସ୍ରାଏଲ ଏମିତି ଦିନରେ କରିଛି , ଯେଉଁଦିନ ଇରାନ ନିଜର ଶୀର୍ଷ ନେତା ଅୟାତୁଲ୍ଲାହ ଅଲୀ ଖାମେନେଇଙ୍କର ୮୫ତମ ଜନ୍ମ ଦିନ ପାଳନ କରୁଛି।  ସୂଚନା ଅନୁସାରେ, ଇସ୍ରାଏଲ ଜାଣିଶୁଣି ଇରାନ ଉପରେ ଆକ୍ରମଣ କରିବାକୁ ଏହି ଦିନକୁ ସ୍ଥିର କରିଛି , ଯେଉଁଦିନ ତାର ନେତାଙ୍କର ଜନ୍ମଦିନ ରହିଛି । ଏହା ବ୍ୟତୀତ ଇସଫାହାନ ଉପରେ ହମଲାର କାରଣ ଏହା କି ଇରାନକୁ ଦେଖାଇ ଦେବେ କି ଏହାର ପରମାଣୁ ସ୍ଥାନ ଓ ଏୟାରବେସ୍‌ ଯାଏ ତାର ଅକ୍ତିଆରରେ ରହିଛି। 

ସେପଟେ ଇସ୍ରାଏଲର ଏହି ଆକ୍ରମଣ ପରେ ଇରାନ , ତେହରାନ , ଇସଫାହାନ ଭଳି ସହରରୁ ଫ୍ଲାଇଟ୍‌କୁ ସ୍ଥଗିତ କରି ଦେଇ ଥିଲା। ହେଲେ ଏବେ ସବୁ ସେବା ଚାଲୁ ରହିଛି। ଇରାନର ଲଢୁଆ ବିମାନ ଗୁଡ଼ିକ ବି ଏଠାରେ ମୁତୟନ ରହିଛି । 

କହି ରଖୁଛୁ କି, ଇସ୍ରାଏଲ ଉପରେ ମିସାଇଲ ହମଲା ପରେ ଚର୍ଚ୍ଚା ହେଉଥିଲା କି ଏବେ ସେ ପ୍ରତିଶୋଧ ନେଇପାରେ। ଆମେରିକା ସମେତ ଅନେକ ଦେଶ କହିଥିଲେ କି ଇସ୍ରାଏଲ ହମଲା ନକରୁ , କିନ୍ତୁ ବେଞ୍ଜାମିନ ନେତନ୍ୟାହୁ ନିଜର ଆଭିମୁଖ୍ୟ ଉପରେ ସ୍ଥିର ରହିଛନ୍ତି। ଆଉ ଇରାନକୁ ତାର ହମଲାର ପ୍ରତିଶୋଧ ନେବାକୁ ଦିନ ବାର ସ୍ଥିର କରିବାରେ ଲାଗିଛନ୍ତି।  

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.