ନୂଆଦିଲ୍ଲୀ – ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି। ଆଉ ତାଙ୍କ ସହ ବିତାଇ ଥିବା ଅନେକ ମୂହୁର୍ତ୍ତର ସ୍ମୃତିଚାରଣ କରି କହିଛନ୍ତି - ଅଲବିଦା , ମୋର ମିତ୍ର , ମୋର ଭାଇ , ମନମୋହନ । ତାଙ୍କ ସହ ଅନେକ ଅଭୁଲା କଥାକୁ ସମସ୍ତଙ୍କ ଉଦ୍ଦେଶ୍ୟରେ ଜଣାଇଛନ୍ତି।
ଉଲ୍ଲେଖନୀୟ ଯେ, ଡଃ ମନମୋହନ ସିଂହଙ୍କର ଗତ ଗୁରୁବାର ( ୨୬ ଡିସେମ୍ୱର) ରାତିରେ ଦିଲ୍ଲୀର ଏମ୍ସରେ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ଇବ୍ରାହିମ୍ , ମନମୋହନ ସିଂହଙ୍କୁ ନିଜର ବନ୍ଧୁ ଓ ଭାରତର ଆର୍ଥିକ ପରିବର୍ତ୍ତନରେ ଏକ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଭାବେ କହିଛନ୍ତି। ସେ ୧୯୯୦ ଦଶକରେ ମନମୋହନଙ୍କ ସହ କାମ କରିବାକୁ ମଧ୍ୟ ମନେପକାଇଛନ୍ତି , ଯେବେ ଦୁହେଁ ଅର୍ଥମନ୍ତ୍ରୀ ଥିଲେ।
ଇବ୍ରାହିମ୍ ଏକ୍ସରେ ଲେଖିଛନ୍ତି , ମୋର ସମ୍ମାନୀୟ ଓ ପ୍ରିୟ ମିତ୍ର ଡଃ ମନମୋହନ ସିଂହଙ୍କ ଦେହାନ୍ତର ଖବର ଶୁଣି ମୋ ଉପରେ ଦୁଃଖର ବୋଝ ବଢି ଯାଇଛି । ଏହି ମହାନ ବ୍ୟକ୍ତିଙ୍କ ବିଷୟରେ ନିଶ୍ଚିତ ରୂପେ ଅନେକ ଅନେକ ଶ୍ରଦ୍ଧାଞ୍ଜଳି ପୂର୍ଣ୍ଣ ନିବନ୍ଧ ଓ ପୁସ୍ତକ ରହିଥିବ , ଯାହା ତାଙ୍କୁ ଭାରତର ଆର୍ଥିକ ସୁଧାରର ନିର୍ମାତା ଭାବେ ମନେପକାଇବ। ପ୍ରଧାନମନ୍ତ୍ରୀ ଭାବେ ଡଃ ମନମୋହନ ସିଂହ ଭାରତର ବିଶ୍ୱର ପ୍ରତିଷ୍ଠିତ ଅର୍ଥନୀତିଜ୍ଞଙ୍କ ମଧ୍ୟରେ ଜଣେ ଭାବେ ଆର୍ବିଭାବ ହୋଇଥିଲେ।
ପୁଣି ନିଜ ନିଜ ଦେଶର ଅର୍ଥମନ୍ତ୍ରୀ ଭାବେ ଏକା ସାଥିରେ ବିତେଇ ଥିବା ସମୟକୁ ମନେପକାଇ ସେ କହିଛନ୍ତି , ମୋତେ ଏହି ପରିବର୍ତ୍ତନକାରୀ ନୀତି ଗୁଡ଼ିକର ପ୍ରାରମ୍ଭିକ ବର୍ଷ ଗୁଡ଼ିକୁ ପ୍ରତ୍ୟକ୍ଷ ଭାବେ ଦେଖିବାର ଦୁର୍ଲଭ ସୌଭାଗ୍ୟ ମିଳିଥିଲା, ଆମେ ଦୁହେଁ ୧୯୯୦ର ଦଶକରେ ଅର୍ଥ ମନ୍ତ୍ରୀ ଭାବେ କାମ କରିଥିଲୁ। ଆମେ ଦୁର୍ନୀତିର ବିରୋଧରେ ଯୁଦ୍ଧ ପାଇଁ ଏକ ଉତ୍କଟ ପ୍ରତିବଦ୍ଧତା ସେୟାର କରିଥିଲୁ –ଏମିତି କି ଏକ ବଡ଼ ମାମଲାକୁ ସମାଧାନ କରିବାରେ ମଧ୍ୟ ସହଯୋଗ କରିଥିଲେ।
The weight of grief bears down on me at the news of the passing of my honoured and cherished friend: Dr Manmohan Singh.
— Anwar Ibrahim (@anwaribrahim) December 27, 2024
Obituaries, essays and books a plenty there will surely be about this great man, celebrating him as the architect of India’s economic reforms. As Prime… pic.twitter.com/44bA3s7vst
ଇବ୍ରାହିମ ଡଃ ସିଂହଙ୍କ ଦ୍ୱାରା କାରାବାସ ବେଳେ ତାଙ୍କ ପିଲାଙ୍କ ପାଇଁ ଛାତ୍ରବୃତ୍ତିର ପ୍ରଦାନ କରିବା ସହ ଜଡ଼ିତ ଏକ ବ୍ୟକ୍ତିଗତ କଥା ମଧ୍ୟ ସେୟାର କରିଛନ୍ତି। “ ମୋ ପାଇଁ , ସେ ସବୁ କିଛି ହେବେ ଏବଂ ଏହାଠାରୁ ବି ଆହୁରି ଅଧିକ। ବହୁତ ଲୋକ ଏହା ଜାଣନ୍ତି ନାହିଁ , ଏବେ ସମୟ ଆସିଗଲା, ମୁଁ ଏହାକୁ ମାଲେସିଆ ଲୋକଙ୍କ ସହ ସେୟାର କରିବି : ମୋର କାରାବାସ ବେଳେ ସେ ଏମିତି ଏକ ଦୟାଳୁତା ଦେଖାଇ ଥିଲେ ,ଯାହା ତାଙ୍କୁ କରିବାର ଆବଶ୍ୟକତା ନଥିଲା-ଏକ ଏମିତି ଦୟାଳୁତା , ଯାହା ରାଜନୀତିକ ଭାବେ ସୁବିଧାଜନକ ନଥିଲା, ଏହାକୁ କେହି କଳ୍ପନା କରି ପାରିବେନି। ସେହି ସମୟରେ ମାଲେସିଆ ସରକାରଙ୍କ ଦ୍ୱାରା ତାଙ୍କୁ ଖୁବ୍ ପ୍ରଶଂସା କରାଯାଇ ଥିଲା, ସେ ନିଜ ଚରିତ୍ର ଅନୁରୂପ ଏମିତି ବି କାମ କରିଥିଲେ। ସେ ମୋର ପିଲାଙ୍କ ପାଇଁ , ବିଶେଷ ରୂପେ ମୋ ପୁଅ , ଇହସାନ ପାଇଁ ଛାତ୍ରବୃତ୍ତିର ପ୍ରଦାନ କରିଥିଲେ। ଯଦିଓ ମୁଁ ଏହି ବିନମ୍ର ପ୍ରସ୍ତାବକୁ ଅସ୍ୱୀକାର କରି ଦେଇଥିଲି, ହେଲେ ଏହି ପ୍ରକାରର ବ୍ୟବହାର ନିଃସନ୍ଦେହରେ ତାଙ୍କର ଅସାଧାରଣ ମାନବିକତା ଓ ଉଦାରତାକୁ ଦର୍ଶାଇ ଥାଏ। ”