ପ୍ରମୂଖ ଖବର
  • ଅନୁଗୁଳ : ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ
  • ||
  • କନ୍ଧମାଳ : ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ପ୍ରଶ୍ନକାଳ ସ୍ବାଭାବିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ
  • ||
  • ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
  • ||
  • ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ
  • ||
  • ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ
  • ||
  • ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
  • ||
  • ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୩ ଆମ୍ବୁଲାନ୍ସ କର୍ମଚାରୀ
  • ||
  • ବାଲେଶ୍ୱର : ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ଆସନ୍ତା ତିନି ଦିନ ନିଆଁ ବର୍ଷା: ୪୦ ଡିଗ୍ରୀ ଡେଇଁଲା ୮ ସହର ପାରଦ, ଆଜି ୪୨, କାଲି ୪୩ ଛୁଇଁବ ତାପମାତ୍ରା
  • ||

ଗଡ୍‌ସେଙ୍କୁ ପ୍ରଶଂସା କରି ଫସିଥିବା ପ୍ରଫେସରଙ୍କୁ ମିଳିଲା ପଦୋନ୍ନତି, ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ

Published By : Tapas Panda | February 26, 2025 11:25 PM

Image Courtesy: msn

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଶଂସା କରିଥିବା ପ୍ରଫେସର ଡକ୍ଟର ଏ. ଶୈଜାଙ୍କୁ ବଡ଼ ଉପହାର । ତାଙ୍କୁ କାଲିକଟ୍‌ (ଖୋଜିକୋଡ୍‌) ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ଟେକନୋଲୋଜି (ଏନଆଇଟି)ର ଡିନ୍‌ ନିଯୁକ୍ତ କରାଯାଇଛି । ପ୍ରଫେସର ଶୈଜାଙ୍କ ବିରୋଧରେ ଏକ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ତାଙ୍କୁ କାଲିକଟର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (NIT-କାଲିକଟ)ର (ଯୋଜନା ଏବଂ ବିକାଶ) ବିଭାଗର ଡିନ୍ ଭାବରେ ନିଯୁକ୍ତ କରାଯାଇଛି । NIT-କାଲିକଟର ନିର୍ଦ୍ଦେଶକଙ୍କ ଦ୍ୱାରା ଜାରି ଏକ ନିର୍ଦ୍ଦେଶରୁ ଏହା ଜଣାପଡ଼ିଛି । 

ଗତବର୍ଷ ଫେବୃଆରୀରେ ଫ୍ରଫେସର ଶୈଜାଙ୍କୁ ଗିରଫ କରାଯାଇଥିଲା ଏବଂ ସେ ପରେ ଜାମିନରେ ମୁକୁଳିଥିଲେ । ଡେମୋକ୍ରାଟିକ୍ ୟୁଥ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (DYFI),  ଷ୍ଟୁଡେଣ୍ଟ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ଏବଂ ଯୁବ କଂଗ୍ରେସ ଭଳି ସଂଗଠନ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ । ସୋସିଆଲ ମିଡିଆରେ ଜଣେ ଓକିଲଙ୍କ ଦ୍ୱାରା ସେୟାର କରାଯାଇଥିବା ପୋଷ୍ଟର ଜବାବରେ ଗଡସେଙ୍କ ପ୍ରଶଂସା କରି ପ୍ରଫେସର ଶୈଜା ଏକ ପୋଷ୍ଟ କରିବାରୁ ଏହି ସଂଗଠନଗୁଡ଼ିକ ଶୈଜାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ । 

ଡକ୍ଟର ଶୈଜା ବର୍ତ୍ତମାନ କାଲିକଟ ଏନଆଇଟିରେ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଅଛନ୍ତି । ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ସେ ଫେସବୁକରେ ପୋଷ୍ଟ କରିଥିଲେ ଯେ, ‘ଭାରତକୁ ରକ୍ଷା କରିଥିବାରୁ ଗଡସେଙ୍କ ପାଇଁ ଗର୍ବିତ।’ ସେ ଜଣେ ଓକିଲଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଲେଖିଥିଲେ, ‘ହିନ୍ଦୁ ମହାସଭା କର୍ମୀ ନାଥୁରାମ ଗଡସେ, ଭାରତର ଅନେକଙ୍କ ନାୟକ।’

ଶୈଜା ପରେ ମନ୍ତବ୍ୟ ଡିଲିଟ୍ କରିଦେଇଥିଲେ ହେଁ ତାଙ୍କ ପୋଷ୍ଟର ସ୍କ୍ରିନସଟ୍ ବହୁଳ ଭାବରେ ପ୍ରସାରିତ ହୋଇଥିଲା । ତାଙ୍କ ବିରୋଧରେ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋଝିକୋଡ ସିଟି ପୋଲିସ ଆଇପିସି ଧାରା ୧୫୩ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା । କଂଗ୍ରେସ ସମେତ ଅନ୍ୟ କେତେକ ଦଳ ତାଙ୍କୁ ଶିକ୍ଷାନୁଷ୍ଠାନରୁ ବରଖାସ୍ତ କରାଯାଉ ବୋଲି ଦାବି କରିଥିଲେ। ସେପଟେ ତାଙ୍କୁ ଡିନ୍‌ ଭାବରେ ନିଯୁକ୍ତି ମିଳିବା ଉପରେ ପ୍ରଫେସର ଶୈଜା କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ପ୍ରଫେସର ଶୈଜାଙ୍କ ନିଯୁକ୍ତିକୁ କଂଗ୍ରେସ ବିରୋଧ କରିଛି । ଖୋଜିକୋଡ୍‌ ଜିଲ୍ଲା କଂଗ୍ରେସ ସଭାପତି ପ୍ରବୀଣ କୁମାର ପ୍ରଫେସର ଶୈଜାଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଏହା ଆରଏସ୍‌ଏସ୍‌ର ଏକ ଏଜେଣ୍ଡା ବୋଲି ଅଭିଯୋଗ କରିଛନ୍ତି । ଗାନ୍ଧୀଜୀଙ୍କୁ ଅପମାନିତ କରିଥିବା ପ୍ରଫେସରଙ୍କୁ ପଦୋନ୍ନତି ମିଳିବା ବିରୋଧରେ ଆନ୍ଦୋଳନ କରିବେ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.