ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର

Published By : Harapriya Sethi | October 23, 2024 8:31 AM

ଲମତାପୁଟ,୨୩/୧୦: ଆମ୍ୱୁଲାନ୍ସରେ ବେଆଇନ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ନନ୍ଦପୁର ପୋଲିସ । ଗାଡିରୁ ଜବତ ହେଲା ୧୭୦ କେଜି ଗଞ୍ଜେଇ । ଏହି ଗଞ୍ଜେଇ ନନ୍ଦପୁରରୁ ସିମିଳିଗୁଡା ଅଞ୍ଚଳକୁ ଚାଲାଣ ହେଉଥିଲା । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ କଲେଜ ଛକ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, କୋରାପୁଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ କୋରାପୁଟ ଏସପି । ଖବର ପାଇ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ତ୍ୱରେ ନନ୍ଦପୁର ପୋଲିସ କଲେଜ ଛକ ନିକଟରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ଆମ୍ବୁଲାନ୍ସ ଆସୁଥିବାର ଦେଖିଥିଲା ପୋଲିସ । ଉକ୍ତ ଗାଡ଼ିର ତ୍ରାଇଭର ପୋଲିସକୁ ଦେଖି ଅଳ୍ପ ଦୂରରେ ଗାଡ଼ି ରଖି ଫେରାର ହୋଇ ଯାଇଥିଲା । ପୋଲିସ ଗାଡ଼ିକୁ ଯାଞ୍ଚ କରିବାରୁ ସେଥିରେ ୭ ଟି ଜରି ବସ୍ତାରେ ଗଞ୍ଜେଇ ଥିବାର ଜଣା ପଡିଥିଲା । ପରେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯିବାରୁ ୧୭୦ କେଜି ଗଞ୍ଜେଇ ଥିବାର ଜଣାପଡ଼ିଥିଲା । ଏହି ଗଞ୍ଜେଇର ମୂଲ୍ୟ ୧୭ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ ପ୍ରକାଶ କରିଛି । ଏହି ଗଞ୍ଜେଇ ନନ୍ଦପୁରରୁ ସିମିଳିଗୁଡା ଅଞ୍ଚଳକୁ ଚାଲାଣ ହେଉଥିଲା । ତେବେ ଏଥିରେ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ପୋଲିସ ଏକ ଏନଡିପିଏସ ମଲାଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.