ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପ୍ରତିଦିନ ଅଣ୍ଡା ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ଏହି ଗମ୍ଭୀର ରୋଗର ହୋଇପାରନ୍ତି ଶିକାର…

Published By : Harapriya Sethi | October 23, 2024 6:56 AM

ଭୁବନେଶ୍ୱର,୨୩/୧୦: ଅଣ୍ଡାରେ ପ୍ରଚୁର ପରିମାଣ ପ୍ରୋଟିନ ରହୁଥିବାରୁ ଏହାକୁ ଖାଦ୍ୟରେ ସାମିଲ କରିବା ଜରୁରୀ । ବିଶେଷଜ୍ଞମାନେ ପ୍ରତି ଋତୁରେ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ହେଲେ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯଦି ଆପଣ ଦୈନିକ ଗୋଟିଏ କିମ୍ବା ତା ଠାରୁ ଅଧିକ ଅଣ୍ଡା ଖାଉଛନ୍ତି ତେବେ ଆପଣଙ୍କୁ ଟାଇପ-୨ ମଧୁମେହ ହେବାର ସମ୍ଭାବନା ୬୦ ପ୍ରତିଶତ ବୃଦ୍ଧି ପାଇଥାଏ ।

ଏନେଇ ଚୀନର ବିଶେଷଜ୍ଞମାନେ ୮ ହଜାର ଲୋକଙ୍କ ଉପରେ ପରୀକ୍ଷା କରିଛନ୍ତି । ସେଥିରୁ ଜଣାପଡିଛି ଯେ, ଅଧିକ ଅଣ୍ଡା ଖାଉଥିବା ଲୋକମାନେ ଶାରୀରିକ ଭାବେ କମ୍ ସକ୍ରିୟ । ସେମାନଙ୍କ ଶରୀରରେ ସେରମ ଓ କୋଲେଷ୍ଟ୍ରୋଲ୍‌ର ମାତ୍ରା ଅଧିକ ଦେଖିବାକୁ ମିଳିଛି । ଏହାସହ ସେମାନଙ୍କ ଶରୀରରେ ଅଧିକ ଚର୍ବି ଦେଖିବାକୁ ମଧ୍ୟ ମିଳିଛି ।

ଅଧ୍ୟୟନରୁ ଜଣାପଡିଛି କି, ଅଣ୍ଡାର କେଶରରୁ ମିଳୁଥିବା କୋଲିନ ଶରୀରରେ ମୋଟାପଣ ବୃଦ୍ଧି କରିଥାଏ । ଏହାସହ ଅଣ୍ଡାର ଧଳା ଅଂଶରୁ ମିଳୁଥିବା ରସାୟନ କାର୍ବୋହାଇଡ୍ରେଡର ଅବଶୋଷଣକୁ ରୋକିଥାଏ । ସାରା ବିଶ୍ୱରେ ଅନେକ ଲୋକ ସକାଳ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ଏବେ ଲୋକମାନେ ଅଣ୍ଡା ଖାଇବା ନକମାଇଲେ ସେମାନଙ୍କ ଶରୀରରେ ବିଭିନ୍ନ ରୋଗ ଦେଖିବାକୁ ମିଳିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସେପଟେ ଅନେକ ବିଶେଷଜ୍ଞଙ୍କ ମତରେ ଅଧିକ ଅଣ୍ଡା ଖାଉଥିବା ଲୋକଙ୍କ ଠାରେ ଟାଇପ -୨ ମଧୁମେହ ହେବାର ସମ୍ଭାବନା ଅଧିକ । ଗୋଟିଏ ଅଣ୍ଡାରୁ ପାଖା ପାଖି ୨୦୦ ମିଲିଗ୍ରାମ କୋଲେଷ୍ଟ୍ରୋଲ୍‌ ରହୁଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ । ଆପଣ ଯଦି ଅଣ୍ଡା ଖାଇବାକୁ ପସନ୍ଦ କରୁଥାନ୍ତି ତେବେ ଏହାର ପରିମାଣକୁ ନିୟନ୍ତ୍ରଣ କରି ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.