ଦିଗପହଣ୍ଡି, ୦୪/୦୬ : ଦିଗପହଣ୍ଡିରେ ବାଉଁଶ ବୋଝେଇ ଶଗଡ଼କୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ ୨ ସାଙ୍ଗ ମୃତ । ଗଞ୍ଜାମ ଜଗନ୍ନାଥପୁର ଛକ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୃତକ ଦୁଇ ଜଣ ଦୁଇ ସାଙ୍ଗ ବୋଲି ଜଣାପଡ଼ିଛି। 

ସୂଚନାନୁଯାୟୀ, ପ୍ରତାପଗିରି ଜଙ୍ଗଲରୁ ଦୁଇ ସାଙ୍ଗ ବାଉଁଶ ନେଇ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ୍  ଧକ୍କା ଦେଇଥିଲା। ଫଳରେ ଶଗଡ଼ରେ ବସିଥିବା ଦୁଇ ଶଗଡ଼ିଆଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଡପଡ଼ା ମେଡିକାଲ୍ ପରେ ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକମାନେ ହେଲେ ପ୍ରତାପଗିରିର ନାଥଜେନା ଓ ତାଙ୍କ ସାଙ୍ଗ ବିଜି ଗୌଡ଼ । ତେବେ ଖବର ପାଇ ଘଟଣାସ୍ଥଳରେ ପାଟପୁର ପୁଲିସ ପହଞ୍ଚି ଟ୍ରକ୍ କୁ ଜବତ କରିଛି।

ଆହୁରି ପଢନ୍ତୁପିଆରଏମ୍‌ ମେଡିକାଲରେ ମିଳିଲାନି ଷ୍ଟ୍ରେଚର, ବୁଢ଼ୀ ମା’କୁ କାନ୍ଧରେ ନେଲା ପୁଅ

କେନ୍ଦ୍ରାପଡା ଜିଲ୍ଲା ଆଳି ଆଳି ଥାନା ଅଧୀନ ଏଡ୍ରଙ୍ଗନାଟରା ଗାଁରେ ଶ୍ବଶୁରଘରେ ଜ୍ବାଇଁଙ୍କୁ ହତ୍ୟା ଅଭିଯୋଗ​​​​​​​