ପ୍ରମୂଖ ଖବର
  • ଭୁବନେଶ୍ୱର : ଶ୍ୱଶୁର ଘରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଗଞ୍ଜାମ : ସ୍କୁଟି କଣ୍ଟେନରରେ ଅଗ୍ନିକାଣ୍ଡ, ଜଳିଗଲା ୧୦୦ ସ୍କୁଟି
  • ||
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ଅଧରାତିରେ ଘର ଉପରକୁ ବୋମାମାଡ଼,ଛାନଭିନ୍ କରୁଛି ପୁଲିସ

Published By : Anindita Ratha | August 8, 2025 10:53 AM

ଢେଙ୍କାନାଳ,୦୮/୦୮:  ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ନୂଆଗାଁରେ ଅଘଟଣ। ଜଣଙ୍କ ଘର ଉପରକୁ ବୋମାମାଡ଼ । ବୋମାମାଡ଼ରେ ଘର ମାଲିକ ବିଜୟ ନାଏକ  ଆହତ ହୋଇଛନ୍ତି । ତେବେ କେଉଁ କାରଣରୁ ବୋମାମାଡ ହୋଇଛି ଜଣାପଡିନଥିବା ବେଳେ ପୁଲିସ ପହଞ୍ଚି କରୁଛି ଛାନଭିନ୍ ।

ସୂଚନା ମୁତାବକ,  ଗୁରୁବାର ରାତି ପ୍ରାୟ ୩ଟା ବେଳେ ବିଜୟଙ୍କ ପରିବାର ଶୋଇଥିଲେ । ସେହି ସମୟରେ ଦୁର୍ବୃତ୍ତ ତାଙ୍କ ଘର ଉପରକୁ ବୋମା ମାଡ କରିଥିଲେ । ଘର ଝରକା ଉପରେ ବୋମା ପଡିଥିଲା । ଯାହାଫଳରେ ଲୁହା ଝରକା ସହ କାନ୍ଥ ଫାଟି ଯାଇଛି । ଘର ଭିତରେ ବିଜୟ ଶୋଇଥିବାରୁ କାନ୍ଥ ପ୍ଲାଷ୍ଟର ଛିଟିକି ତାଙ୍କ ମୁଣ୍ଡରେ ବାଜିବାରୁ ମୁଣ୍ଡ ଫାଟିଛି। ଏନେଇ ବିଜୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ତେବେ ସେ ଜଣେ ଚିତ୍ରକର ହୋଇଥିବାବେଳେ ତାଙ୍କର କାହା ସହ ଶତୃତା ନାହିଁ ବୋଲି ସେ କହିଛନ୍ତି । ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ଏନେଇ ସଦର ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.