ଭୁବନେଶ୍ଵର, ୨/୦୬ : ଘରେ ପୁରୀ, ବରା କିମ୍ଵା ପକୁଡ଼ି ଛାଣିବା ପରେ ତେଲ ବଳି ପଡ଼ୁଥିବ ନିଶ୍ଚୟ। ଖର୍ଚ୍ଚ କାଟ କରିବାକୁ ଏହି ତେଲକୁ ପୁନଃ ବ୍ୟବହାର କରିବାକୁ ଡବାରେ ଭରି ରଖିଦିଅନ୍ତି ଗୃହିଣୀ। ଏହା ଆପଣଙ୍କୁ ବୁଦ୍ଧିମତା ଲାଗୁଥିବ ନିଶ୍ଚୟ... ହେଲେ ଜାଣିଛନ୍ତି କି ? ଏହା ପଛରେ ରହିଛି ଏକ ମାରାତ୍ମକ ପ୍ରକ୍ରିୟା। ତେଲକୁ ବାରମ୍ଵାର ଗରମ କରିବା ଦ୍ଵାରା ଏଥିରେ ରାସାୟନିକ ପରିବର୍ତ୍ତନ ହୁଏ। ଯାହାକି ଖାଲି ଆଖିରେ ଦେଖାଯାଏ ନାହିଁ। ତେଲ ସଫା ଥିବା ଦେଖି ଏହାକୁ ଆମେ ଷ୍ଟୋର୍ କରି ରଖି ଦିଅନ୍ତି। ପୋଡା ତେଲକୁ ପୁଣି ଥରେ ରୋଷେଇ କରିବା ଖାଇବା ଦ୍ଵାରା ଏହା ଧୀରେ ଧୀରେ ଆମ ଶରୀର ଉପରେ କୁ ପ୍ରଭାବ ପକାଏ।
ପୋଡା ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ଵାରା ପେଟ ସମସ୍ୟା ହୋଇପାରେ। ପେଟ ଭାରି ଲାଗେ, ଗ୍ୟାସ୍ ହୁଏ। ହାର୍ଟ ମଧ୍ୟ ଖରାପ ହେବାର ସମ୍ଭାବନା ଥାଏ। ବ୍ଲଡ ଭେସଲ୍ସ ଉପରେ ଖରାପ ପ୍ରଭାବ ପଡେ। ତେଣୁ ଏହାକୁ ଖାଇବା ଅନୁଚିତ୍। ତେବେ ତେଲ ଯଦି କମ୍ ପୋଡିଥାଏ, ତେବେ ଏହାକୁ ଆଉ ଥରେ ଛଣାଛଣି କରିବାରେ ବ୍ୟବହାର କରନ୍ତୁ ନାହିଁ। ଏହାକୁ ଆପଣ ତରକାରି କରିବାରେ ବ୍ୟବହାର କରିପାରିବେ।
ଆହୁରି ପଢନ୍ତୁ- ଶରୀରରେ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ ଭିଟାମିନ୍-ଡି ଅଭାବ, ଜାଣନ୍ତୁ ସପ୍ଲିମେଣ୍ଟ ବିନା କିପରି କରିବେ ବୃଦ୍ଧି?
ତେଲ ପୁନଃବ୍ୟବହାର କରିବା ଉଚିତ କି ନୁହେଁ ତାହା କିପରି ଜାଣିବେ ?
-ତେଲରୁ ଗନ୍ଧ ଆସୁଥିଲେ ତେବେ ଏହାକୁ ପୁନଃବ୍ୟବହାର କରନ୍ତୁ ନାହିଁ।
-ତେଲର ରଙ୍ଗ ଅତ୍ୟଧିକ ଗାଢ଼ ହୋଇଥିଲେ ଏହା ପୂର୍ବ ପରି ଆଉ ନାହିଁ ବୋଲି ଏକ ସଙ୍କେତ ଦେଇଥାଏ।
-ଯଦି ତେଲ ଗରମ ହେବା ମାତ୍ରେ ଧୂଆଁ ବାହାର କରିବାକୁ ଆରମ୍ଭ କରେ, ତେବେ ଏହା ବ୍ୟବହାର ପାଇଁ ଅନୁପଯୁକ୍ତ।
-ତେଲ ଅତ୍ୟଧିକ ବହଳା ଦେଖାଯାଉଥିଲେ ଏହାକୁ ବ୍ୟବହାର କରନ୍ତୁ ନାହିଁ।