ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଚୀନ ସେନାରେ ସାମିଲ ହେବେ ମହୁମାଛି, ମିଲିଟାରୀ ଟ୍ରେନିଂ ଦେଉଛି ଡ୍ରାଗନ୍

Published By : Rasmita Pradhan | July 16, 2025 2:25 PM

ନୂଆଦିଲ୍ଲୀ, ୧୬/୦୭ : ଚୀନର ନୂଆ ଅସ୍ତ୍ର। ହାତରେ ନମାରି ଭାତରେ ମାରିବ । ଭିନ୍ନ ଉପାୟରେ ଯୁଦ୍ଧ ଲଢିବ ଚୀନ। ପିଏଲଏରେ ସାମିଲ ହେବେ ମହୁମାଛି ସେନା । ମିଲିଟାରୀ ଟ୍ରେନିଂ ଦେଉଛି ଡ୍ରାଗନ୍। କମାଣ୍ଡ୍ ଦେବା ମାତ୍ରେ ଶତ୍ରୁ ଠିକଣାରେ ପଶି କରିବେ ଆକ୍ରମଣ। ମହୁମାଛିଙ୍କ ପିଠିରେ ଲାଗିବ ସ୍ଵତନ୍ତ୍ର ଡିଭାଇସ୍। ଏମାନଙ୍କୁ କଣ୍ଟ୍ରୋଲ କରିବ ବ୍ରେନ୍ କଣ୍ଟ୍ରୋଲର। ଏହାକୁ ଡିଜାଇନ୍ କରିଛନ୍ତି ବେଜିଂ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିର ବୈଜ୍ଞାନିକ। 

ସମୟ ବଦଳିବା ସହ ବଦଳୁଛି ଉପାୟ। ଯୁଦ୍ଧରେ ବ୍ୟବହାର ହେଉଛି ଅତ୍ୟାଧୁନିକ ଟେକ୍ନୋଲୋଜି। ଡ୍ରୋନ୍ ମିଶାଇଲ୍ ଠାରୁ ନେଇ ପରମାଣୁ ଅସ୍ତ୍ର ଯାଏଁ ଏବେ ସୁସଜ୍ଜିତ ବିଭିନ୍ନ ଦେଶର ସେନା। ଯୁଦ୍ଧରେ ବିଧ୍ଵଂସଲୀଳା ରଚୁଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର କରାଯାଉଛି ବ୍ୟବହାର। ହେଲେ ସମସ୍ତଙ୍କ ଠାରୁ ଆଉ ପାଦେ ଆଗକୁ ଯିବା ଲକ୍ଷ୍ୟରେ ଚୀନ। ଯୁଦ୍ଧ ପାଇଁ ଆପଣୋଉଛି ନୂଆ ରଣନୀତି। ମଶା ଡ୍ରୋନ୍ ପରେ ଏବେ ମହୁମାଛି ଫଉଜ ତିଆରି କରୁଛି ଡ୍ରାଗନ୍। ଏଣିକି ଚୀନ ସେନାରେ ସାମିଲ ହେବେ ମହୁମାଛି। ଯୁଦ୍ଧ ପାଇଁ ଦିଆଯାଉଛି ମିଲିଟାରୀ ଟ୍ରେନିଂ।

ମହୁମାଛିଙ୍କୁ କାବୁ କରିବା ପାଇଁ ବେଜିଂର ବୈଜ୍ଞାନିକମାନେ ନୂଆ ଡିଭାଇସ୍ ତିଆରି କରିଛନ୍ତି। ଏହି ପରୀକ୍ଷଣରେ ୧୦ ରୁ ୯ ମହୁମାଛି ସଠିକ୍ ରେସପନ୍ସ କରିଛନ୍ତି। ଏହାର ଓଜନ ମାତ୍ର ୭୪ ମିଲିଗ୍ରାମ। ଏହି ଡିଭାଇସ୍ ମହୁମାଛିଙ୍କ ପିଠିରେ ଲଗାଯିବ। ଏହାର ପିନ୍‌କୁ ମହୁମାଛିଙ୍କ ମସ୍ତିଷ୍କ ସହ ସଂଯୋଗ କରି ଇଲେକ୍ଟ୍ରିକ୍ ପଲ୍ସ ଦ୍ଵାରା କମାଣ୍ଡ୍ ଦିଆଯିବ। ତେବେ ଯୁଦ୍ଧରେ ମହୁମାଛିଙ୍କୁ ପ୍ରୟୋଗ କଲେ ଏମାନେ ଚୀନ ପାଇଁ ଏକ ବଡ଼ ଅସ୍ତ୍ର ପାଲଟିବେ। ଖାଲି ସେତିକି ନୁହେଁ ଏମାନଙ୍କ ଦ୍ଵାରା ଚୀନ ସିକ୍ରେଟ୍ ଅପରେସନ କରିପାରିବ। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଏମାନଙ୍କୁ ବ୍ୟବହାର କରି ମାଟି ଭିତରେ ଦବିଥିବା ଲୋକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିହେବ। ତେବେ ଏହି ଡିଭାଇସ୍ ଅତି ଛୋଟ ଆକୃତିର ହୋଇଥିବା ଯୋଗୁଁ ଏବେ ବ୍ୟାଟେରୀ ଉପରେ କାମ ଚାଲିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.