ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଦିଲ୍ଲୀର କଲେଜ ଗୁଡ଼ିକୁ ଉଡ଼ାଇ ଦେବାକୁ ଧମକ , ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ପ୍ରୋଗ୍ରାମ ସ୍ଥଗିତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବୋମାର ଆତଙ୍କ ଥମୁ ନାହିଁ। କିଛି ଦିନ ପୂର୍ବେ ୨୦୦ରୁ ଅଧିକ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ୍‌ ପଠାଯାଇ ଥିଲା। ପୂରା ଏନସିଆରରେ ଭୟଙ୍କର ସ୍ଥିତି ଉପୁଜି ଥିଲା। ଏହାପରେ ଅନେକ ବଡ଼ ବଡ଼ ହସ୍ପିଟାଲ ଓ ଦିଲ୍ଲୀ ଏୟାରପୋର୍ଟକୁ ମଧ୍ୟ ଉଡ଼ାଇ ଦେବାର ଧମକ ଦିଆ ଯାଇଛି। ଏଥିରେ ଏବେ ଦିଲ୍ଲୀ ପୁଲିସ କହିଛି କି , ଏକ ଡର୍ଜନରୁ ଅଧିକ କଲେଜ୍‌କୁ ବୋମାର ଧମକ ବିଷୟରେ କଲ୍‌ ମିଳିଥିଲା। 

ଘଟଣା ସ୍ଥଳକୁ ଦମକଳ ଗାଡ଼ି ପଠାଯାଇଛି। ସେଠାରେ ଏକ କଲେଜ୍‌ରେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କର ପ୍ରୋଗ୍ରାମ ହେବାର ଥିଲା, ଯାହାକୁ ବୋମାର ଧମକ ପରେ ସୁରକ୍ଷା କାରଣରୁ ସ୍ଥଗିତ କରି ଦିଆଯାଇଛି। 

ଦିଲ୍ଲୀ ପୁଲିସ ମୁତାବିକ, ଲେଡି ଶ୍ରୀରାମ କଲେଜ୍‌ ସମେତ ଏକ ଡର୍ଜନ କଲେଜକୁ ଉଡ଼ାଇ ଦେବାର ଧମକ ମିଳିଥିଲା। ଏଥିରେ ହଂସରାଜ କଲେଜ, ଗାର୍ଗୀ କଲେଜ୍, ରାମଜସ କଲେଜ୍, ଜାକିର ହୁସୈନ କଲେଜ, ଇନ୍ଦ୍ରପ୍ରସ୍ଥ କଲେଜ ଫର୍‌ ୱିମେନ , ଲେଡି ଇରୱିନ କଲେଜ୍‌, କିରୋଡିମଲ କଲେଜ ଭାସ୍କରାଚାର୍ଯ୍ୟ କଲେଜ , ଦୀନ ଦୟାଲ ଉପାଧ୍ୟାୟ କଲେଜ୍‌, ଶ୍ରୀ ଭେଙ୍କଟେଶ୍ୱର କଲେଜ ଏବଂ ପିଜିଡିଏଭି କଲେଜ ସାମିଲ ଅଛି। ଡିୟୁର କଲେଜ୍‌ ବ୍ୟତୀତ , ଦିଲ୍ଲୀ ଫର୍ମାସ୍ୟୁଟିକଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି , ସ୍କୁଲ ଅଫ୍‌ ପ୍ଲାନିଂ ଆଣ୍ଡ ଆର୍କିଟେକଚର(ଏସପିଏ) ସମେତ ଅନ୍ୟ ରାଜ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ମଧ୍ୟ ଧମକ ମିଳିଥିଲା।  

ଉଲ୍ଲେଖନୀୟ ଯେ, ଡିୟୁର ଶ୍ରୀ ଭେକଣ୍ଟେଶ୍ୱର କଲେଜ୍‌ରେ ମଧ୍ୟ ବୋମା କଲ୍‌ ମିଳିଛି, ହେଲେ ପୁଲିସ ଯାଞ୍ଚରେ ଏଠାରେ କିଛି ମଧ୍ୟ ସଦିଗ୍ଧ ଜିନିଷ ମିଳି ନାହିଁ। ଧମକପୂର୍ଣ୍ଣ କଲ୍‌ ପରେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କର କାର୍ଯ୍ୟକ୍ରମ ଏଠାରେ ସୁରକ୍ଷା କାରଣରୁ ସ୍ଥଗିତ କରି ଦିଆ ଯାଇଛି। ସେଠାରେ ଏହି ମାମଲାକୁ ନେଇ ଦିଲ୍ଲୀ ପୁଲିସ କହିଛି କି କଲେଜ୍‌ ଗୁଡ଼ିକରେ ବୋମାର ଧମକ ନେଇ କିଛି କଲ୍‌ ମିଳିଥିଲା। ଯାଞ୍ଚରେ ସବୁ କଲ୍‌ ଫେକ୍‌ ମିଳିଥିଲା। ଲୋକଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। 

ସୂଚନା ଯେ, ଦିଲ୍ଲୀରେ ବୋମାର ଆତଙ୍କ ୩୦ ଅପ୍ରେଲରୁ ଆରମ୍ଭ ହୋଇଛି , ଯେବେ ଚାଚା ନେହରୁ ହସ୍ପିଟାଲକୁ ଉଡାଇ ଦେବାର ଧମକ ମିଳିଥିଲା। ସେପଟେ ୧ମେ’ ରେ ୨୦୦ରୁ ଅଧିକ ସ୍କୁଲକୁ ଧମକ ପୂର୍ଣ୍ଣ ମେଲ୍‌ ମିଳି ଥିଲା। ଏହାପରେ ଦିଲ୍ଲୀର ପାଖାପାଖି ୨୦ଟି ବଡ଼ ବଡ଼ ହସ୍ପିଟାଲ ପାଖକୁ ଧମକ ଆସିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.