ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଜମ୍ମୁ-କଶ୍ମୀରରେ ସୁରକ୍ଷା ସ୍ଥିତି ଓ ଅମରନାଥ ଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ଅମିତ ଶାହ

ନୂଆଦିଲ୍ଲୀ,୧୬/୬: ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ଏବଂ ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, କେନ୍ଦ୍ର ଗୃହ ସଚିବ, ସେନା, ପୁଲିସ, ଜମ୍ମୁ-କଶ୍ମୀର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ଗତ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ ଶ୍ରୀ ଶାହା ଜମ୍ମୁ-କଶ୍ମୀର ସୁରକ୍ଷା ସ୍ଥିତିର ସମୀକ୍ଷା କରିଥିଲେ।

ନିକଟରେ ଜମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଏକ ବୈଠକ କରିଥିଲେ । ଯେଉଁଥିରେ ସ୍ଥାନୀୟ ଅଞ୍ଚଳକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ବୈଠକରେ ଗୃହମନ୍ତ୍ରୀ  ଜମ୍ମୁ କାଶ୍ମୀରର ସୁରକ୍ଷା ସ୍ଥିତି ଏବଂ ଆଗାମୀ ଅମରନାଥ ଯାତ୍ରାର ପ୍ରସ୍ତୁତି ନେଇ ଆଜି ନର୍ଥ ବ୍ଲକରେ େକ ବୈଠକ ଡକାଇବାକୁ ନିର୍ଦ୍ଦେଶ ଦେଇଥିଲେ । 

 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.