ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଦେଶର ପ୍ରଥମ ସୋଲାର କାର୍ ଲଞ୍ଚ; ଦାମ୍ ମାତ୍ର ୩.୨୫ ଲକ୍ଷ, ଥରେ ଚାର୍ଜ କଲେ ଦୌଡିବ ୨୫୦ କିମି

Published By : Ankita S | January 19, 2025 10:18 AM

ନୂଆଦିଲ୍ଲୀ,୧୯/୧: କାରଟିଏ କିଣିବାକୁ ଅନେକଙ୍କ ସ୍ବପ୍ନ ଥାଏ । କାର୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଆସିଗଲା ପ୍ରଥମ ସୋଲାର କାର୍ । ଦେଶରେ ଯାନବାହାନ ଇଣ୍ଡଷ୍ଟ୍ରୀରେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ଗୋଟିଏ ପଟେ ଇଲେକ୍ଟ୍ରିକ କାର ଦେଖିବାକୁ ମିଳୁଥିବାବେଳେ ଏବେ ଭାରତୀୟ ବଜାରରେ ସୋଲାର ପାୱାର କାରର ଏଣ୍ଟ୍ରୀ ହୋଇଛି । ଦର ବି ସୁହାଇଲା ଭଳି ରହିଛି । ମାତ୍ର ୩.୨୫ ଲକ୍ଷ ଟଙ୍କାରେ କିଣି ନିଅନ୍ତୁ ସୋଲାର କାର ।  ଭାରତୀୟ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ଭାୟାଭା ମୋବିଲିଟି ଦେଶର ପ୍ରଥମ ସୋଲାର ପାୱାର ଇଲେକ୍ଟ୍ରି କାର ଲଞ୍ଚ କରିଛି । କାରରେ ୫୦ ପଇସାରେ ଗୋଟିଏ କିମି ରନିଙ୍ଗ କଷ୍ଟ ରହିଛି । ଏହା ସହିତ ଥରେ ଚାର୍ଜ କଲେ ୭୦ ସ୍ପିଡରେ ୨୫୦ କିମି ଚାଲିବ ବୋଲି ଦାବି କରିଛି କମ୍ପାନୀ ।

ମାତ୍ର ୮୦ ପଇସାରେ ଗଡିବ ୧କିମି- କମ୍ପାନୀ ଦାବି କରିଛି କି ମାତ୍ର ଗୋଟିଏ କିଲୋମିଟର ଯିବାକୁ ୮୦ପଇସା ଖର୍ଚ୍ଚ ହେବ । ଏହା ଦେଶର ପ୍ରଥମ ସୋଲାର ପାୱାର ଇଲେକ୍ଟ୍ରିକ କାର । ଏହା ଆଗରେ ସିଙ୍ଗଲ ସିଟ ଏବଂ ତା ପାଖକୁ ଏକ ଛୋଟ ସିଟ୍ ରହିଛି ଯେଉଁଠି ଛୋଟ ପିଲାଟିଏ ବସିପାରିବ । ଡ୍ରାଇଭିଂ ସିଟକୁ ୬ ପ୍ରକାର ଆଡଜେଷ୍ଟ କରାଯାଇପାରିବ । କାରରେ ରିଭର୍ସ ପାର୍କିଂ କ୍ୟାମେରା ମଧ୍ୟ ରହିଛି ।

ଭାୟାଭା ଇଭିଏ ସୋଲାର କାର ପ୍ରାଇସ-

ନୋଭା- ୩.୨୫ ଲକ୍ଷ ଟଙ୍କା

ଷ୍ଟେଲା-୩.୯୯ ଲକ୍ଷ ଟଙ୍କା

ଭେଗା-୪.୪୯ ଲକ୍ଷ ଟଙ୍କା

ଏହା ବି ପଢନ୍ତୁ...ଆକ୍ଟିଭା ଇ’ର ମୂଲ୍ୟ ଘୋଷଣା କଲା ହୋଣ୍ଡା, ଜାଣନ୍ତୁ କେତେ ରହିଛି ଏକ୍ସ ସୋରୁମ୍ ଦର

୪୫ ମିନିଟରେ ଫୁଲ ଚାର୍ଜ- କାରରେ ୧୮kwhର ଲିଥିୟମ-ଆୟନ ବ୍ୟାଟେରୀ ରହିଛି । ଲିକୁଇଡ ଇଲେକ୍ଟ୍ରିକ ମୋଟର ରହିଛି । ଯାହା ୧୨kwh ପାୱାର ଏବଂ ୪୦Nm ଟ୍ରାକ ଜେନେରେଟ କରିବ । କମ୍ପାନୀ ଦାବି କରିଛି କି ସିଙ୍ଗଲ ଚାର୍ଜରେ ଏହା ୨୫୦ କିମି ଚାଲିବ । ମାତ୍ର ୪୫ ମିନିଟରେ କାର ଫୁଲ ଚାର୍ଜ ହୋଇଯିବ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.