ଲାଞ୍ଜିଗଡ, ୪/୮(ଆପ୍ର)-ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ମନସ୍ତରା ଗାଁର ବୃଦ୍ଧ ଏକୁନା ମାଝୀ(୭୪)ଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମନସ୍ତରI ଗାଁର ନରେଶ ମାଝୀ (୨୬), ଚକ୍ର ମାଝୀ (୨୨) ଓ ମୁରଲୀ ମାଝୀ(୨୮) I
ବୃଦ୍ଧ ଏକୁନା ମାଝୀ ଗତ ଅଗଷ୍ଟ ୨୮ ତାରିଖରୁ ନିଖୋଜ ହୋଇଥିଲେ I ଏହାକୁ ନେଇ ପୁଅ ମଙ୍ଗଳI ମାଝୀ ୨୮ ତାରିଖରେ ହିଁ ବିଶ୍ୱନାଥପୁର ଥାନାରେ ବାପାର ନିଖୋଜକୁ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ I ଏହାକୁ ନେଇ ପୋଲିସ ମନସ୍ତରI ଗାଁକୁ ଯାଇ ତଦନ୍ତ ଚଲାଇଥିଲା I ୪ ଦିନ ପରେ ବୃଦ୍ଧଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଥିଲା I ଗୁଣି ଗାରେଡି ସନ୍ଦେହରେ ତିନିଜଣ ଯୁବକ ବୃଦ୍ଧଙ୍କୁ ହତ୍ୟା କରି ନିକଟସ୍ଥ ଜଙ୍ଗଲର ଏକ ଗଛରେ ଝୁଲାଇ ଦେଇଥିବା ତଦନ୍ତ ପରେ ପୁଲିସ ଜାଣିବାକୁ ପାଇଥିଲା। ରବିବାର ସନ୍ଧ୍ୟାବେଳେ ବୃଦ୍ଧଙ୍କ ଶବ ଜବତ କରିବା ଶହ ୩ଜଣ ଯୁବକଙ୍କୁ ମଧ୍ୟ ଥାନାକୁ ଆଣିଥିଲେ I ସୋମବାର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା I ଏନେଇ ବିଶ୍ୱନାଥପୁର ଥାନାରେ ଏକ ମାମଲା ରୁଜୁ କରି ମନସ୍ତରI ଗାଁର ନରେଶ ମାଝୀ , ଚକ୍ର ମାଝୀ ଓ ମୁରଲୀ ମାଝୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରIମ ଶବର କହିଛନ୍ତି।