ପ୍ରମୂଖ ଖବର
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ

Published By : Ankita S | May 17, 2025 8:45 AM

ନୂଆଦିଲ୍ଲୀ,୧୭/୦୫: ଆତଙ୍କୀସ୍ଥାନର ମୁହଁଫୁଟାଣି ଛାଡିଗଲା । ସବୁ ସତ ମାନିଲା । ମୁହଁଟାଣ ଦେଖାଉ ଥିବା ପାକିସ୍ତାନ ଶେଷରେ ମାନିଲା । ଭାରତର ଆକ୍ରମଣକୁ ସ୍ୱୀକାର କରିଛି ପାକିସ୍ତାନ । ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ପ୍ରଥର ଥର ପାଇଁ ସାର୍ବଜନିକ ରୂପରେ ଭାରତ ଦ୍ୱାରା ହୋଇଥିବା ଅପରେସନ୍ 'ସିନ୍ଦୂର' ଜରିଆରେ ରାୱଲପିଣ୍ଡର ନୂର ଏୟାରବେସ୍‌ ଓ ଅନ୍ୟ ସୈନ୍ୟ ଘାଟିରେ ହୋଇଥିବା ମିସାଇଲ ମାଡ଼କୁ ସ୍ୱୀକାର କରିଛନ୍ତି ।

ନୂର ଖାନ୍ ଏୟାରବେସ୍‌ରେ ଭାରତର ମିସାଇଲ ମାଡ଼କୁ ସ୍ୱୀକାର କରି ଶେହବାଜ ସରିଫ୍ କହିଛନ୍ତି, '' ମେ ୯ ଓ ୧୦ ତାରିଖ ରାତି ୨ଟା ୩୦ରେ ପାକିସ୍ତାନ ଆର୍ମି ଚିଫ୍ ଅସିମ୍ ମୁନୀର ଫୋନ୍ କରିଥିଲେ । କହିଥିଲେ ଭାରତର ବାଲାଷ୍ଟିକ ମିସାଇଲ ନୂର ଏୟାରବେସ୍‌ ଓ ଅନ୍ୟ ସୈନ୍ୟ ଠିକଣାରେ ଆକ୍ରମଣ କରିଛି । ଆମର ବହୁତ କ୍ଷତି ହୋଇଛି ।  ଆମ ବାୟୁସେନା ଦେଶକୁ ବଞ୍ଚେଇବାକୁ ସ୍ୱଦେଶୀ ଟେକନିକ୍‌ ଆପଣେଇଥିଲା ।'' 

ଶେହବାଜ ସରିଫ୍ ଇସଲାମାବାଦ ସ୍ଥିତ ପାକିସ୍ତାନ ମନ୍ୟୁମେଣ୍ଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତର ଆକ୍ରମଣକୁ ସ୍ୱୀକାର କରିଛନ୍ତି । ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି । ଭୟଙ୍କର କ୍ଷତି ସହିଥିବା ନେଇ ଶେଷରେ ମାନିଛି ପାକିସ୍ତାନ । ଶେହବାଜଙ୍କ ସ୍ୱୀକାରୋକ୍ତି ସମୟର ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅଧିକ ପଢନ୍ତୁ...ବହୁ ପରିମାଣରେ ଜଳ ଛାଡ଼ିବାକୁ ଯାଉଛି ଭାରତ , ଏହି ପ୍ରୋଜେକ୍ଟକୁ ନେଇ ଭୟରେ ପାକିସ୍ତାନ

କହି ରଖୁଛି କି, ଏପ୍ରିଲ ୨୨ରେ ପହଲଗାମ ବୈସନର ଘାଟିରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୬ ନୀରିହ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଜଣେ ନେପାଳୀ ନାଗରିକ ଥିଲେ । ପହଲଗାମ ଆତଙ୍କୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଥିଲା । ଧର୍ମ ପଚାରି ସ୍ତ୍ରୀ ଆଗରେ ସ୍ୱାମୀକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ଏହି ଆକ୍ରମଣର ପ୍ରତିଶୋଧ ନେବାକୁ କ୍ରୋଧର ନିଆଁରେ ଜଳୁଥିଲେ ଦେଶବାସୀ । ଶେଷରେ ମେ ୬ ବିଳମ୍ବିତ ରାତିରେ ଭାରତୀୟ ସେନାର ଅପରେସନ୍ 'ସିନ୍ଦୂର' ଆରମ୍ଭ ହୋଇଥିଲା । ଲୁହ-ଲହୁର ହିସାବ ନେଇଥିଲା ଭାରତ । ପାକିସ୍ତାନ ଓ ପିଓକେ ସମେତ ୯ଟି ଆତଙ୍କୀ ଆଡ୍ଡାରେ ମିସାଇଲ ମାଡ଼ କରି ମାଟିରେ ମିଶାଇ ଦେଇଥିଲେ ଭାରତୀୟ ସେନା । ଏଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲେ । ପାକିସ୍ତାନର ଏକାଧିକ ଏୟାରବେସ୍‌କୁ ଧ୍ୱଂସ ହୋଇଥିଲା । ସରଗୋଡ଼ା, ରହିମ ଏୟାର ଖାନ୍ ଓ ନୂର ଖାନ୍ ସମେତ ଏକାଧିକ ଏୟାରବେସ୍ ଛାରଖାର ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.