ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ରାହୁଲ ଗାନ୍ଧୀଙ୍କ ବଡ଼ ଘୋଷଣା, କହିଲେ- ସଂସଦ, ବିଧାନସଭା ଓ ସରକାରୀରେ ଚାକିରୀରେ ମହିଳାଙ୍କୁ ଦେବୁ ୫୦% ସଂରକ୍ଷଣ

ନୂଆଦିଲ୍ଳୀ,୨୩।୫:  ଗୁରୁବାର  ଦିଲ୍ଲୀରେ ଆୟୋଜିତ ହୋଇଥିବା 'ମହିଳା ନ୍ୟାୟ ସମ୍ବାଦ'ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି,  ମରାଜ୍ୟସଭା, ଲୋକସଭା ଏବଂ ବିଧାନସଭାରେ ମହିଳାମାନଙ୍କୁ ସମାନ ସ୍ଥାନ ଦିଆଯିବ।    ସେଠାରେ ୫୦% ମହିଳା ରୁହନ୍ତୁ ତାହା ଆମେ ଚାହୁଁ। ସେଭଳି  ସରକାରୀ ଚାକିରିରେ ମହିଳା ଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ମହିଳାମାନେ ଅଂଶଗ୍ରହଣ ନକଲେ ଏହି ଦେଶ ଅଗ୍ରଗତି କରିପାରିବ ନାହିଁ  ବୋଲି କହିଛନ୍ତି ରାହୁଲ।

ଉତ୍ତର-ପଶ୍ଚିମ ଦିଲ୍ଲୀର କଂଗ୍ରେସ ପ୍ରାର୍ଥୀ ଉଦିତ ରାଜଙ୍କୁ ଭୋଟ୍ ଦେବାକୁ ଆବେଦନ କରି ରାହୁଲ  କହିଛନ୍ତି, ଉଭୟ ପୁରୁଷ ଓ ମହିଳା କାମ କରିବାକୁ ଯାଆନ୍ତି, କିନ୍ତୁ ଯେତେବେଳେ ମହିଳା ଘରକୁ ଫେରିବେ, ସେତେବେଳେ ତାଙ୍କର ଦ୍ୱିତୀୟ ସିଫ୍ଟ ଆରମ୍ଭ ହେବ। ସେ ପିଲାମାନଙ୍କୁ ପ୍ରତିପୋଷଣ କରନ୍ତି ଏବଂ ଅସୁସ୍ଥ ହେଲେ ସେମାନଙ୍କର ଯତ୍ନ ନିଅନ୍ତି। ସେମାନେ ଗରେ ରୋଷେଇ କରନ୍ତି, ସମସ୍ତଙ୍କର ଯତ୍ନ ନିଅନ୍ତି ଏବଂ ମହିଳାମାନଙ୍କୁ ଏଥିପାଇଁ କିଛି ଦିଆଯାଏ ନାହିଁ । ସେମାନେ ଏସବୁ କିଛି ଫ୍ରି’ରେ କରନ୍ତି। ଭାରତର ପୁରୁଷ ଯଦି ୮ ଘଣ୍ଟା କାମ କରେ ତେବେ ମହିଳାମାନେ ୧୬ ଘଣ୍ଟା କାମ କରନ୍ତି। 

ମହିଳା ଓ ପୁରୁଷଙ୍କ ଖର୍ଚ୍ଚର  ପ୍ରଣାଳୀ ମଧ୍ୟ ଅଲଗା ଅଲଗା। ମହିଳାମାନେ ଟଙ୍କା ସଞ୍ଚୟ କରନ୍ତି, ପିଲାଙ୍କ ବିଷୟରେ ଭାବନ୍ତି, ଆଗର ପ୍ଲାନିଂ କରିଥାନ୍ତି। ମହିଳାଙ୍କ ଆର୍ଥିକ ଚିନ୍ତାଧାରା ପୁରୁଷଙ୍କ ତୁଳନାରେ ଖୁବ୍ ଭଲ। ଏହି ୮ ଘଣ୍ଟା ପାଇଁ ସରକାର ମହିଳାମାନଙ୍କୁ ଟଙ୍କା ଦେବେ। ଆମେ ଚାହୁଁନାହୁଁ ଆପଣମାନେ ମାଗଣାରେ କାମ କର, ସେଥିପାଇଁ ଆମେ 'ମହାଲକ୍ଷ୍ମୀ ଯୋଜନା' ଆଣିଛୁ। ମହାଲକ୍ଷ୍ମୀ ଯୋଜନା ଅଧୀନରେ ମାସକୁ ୮,୫୦୦ ଟଙ୍କା ଅର୍ଥାତ୍ ବର୍ଷକୁ ଏକ ଲକ୍ଷ ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.