ଭୁବନେଶ୍ବର,୨୬/୦୩:  ବିବାଦରେ ବାବା ସିନ୍ଧୁକେଶ୍ୱର ମହାଦେବଙ୍କ ମନ୍ଦିର । ଟ୍ରଷ୍ଟ ବୋର୍ଡ ଗଠନରେ ଅନିୟମିତତା ଅଭିଯୋଗ ।  ଭଦ୍ରକ ଜିଲ୍ଲା ଆଗରପଡା ସ୍ଥିତ ଅଣିଜ ଅଞ୍ଚଳ ସ୍ଥିତ  ବବା ସିନ୍ଧୁକେଶ୍ୱର ମହାଦେବ ମନ୍ଦିରରୁ  ସାମ୍ନାକୁ ଆସିଛି ଏଭଳି ଅଭିଯୋଗ। 

ଏହା ମଧ୍ୟ ପଢନ୍ତୁ- ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ

ସୂଚନା ଅନୁଯାୟୀ, ସିନ୍ଧୁକେଶ୍ୱର ମହାଦେବ ମନ୍ଦିର ଟ୍ରଷ୍ଟ ବୋର୍ଡ ନାଁରେ ସ୍ଥାନୀୟ କିଛି ପ୍ରଭାବଶାଳୀ ବ୍ୟକ୍ତିମାନେ ଅନିୟମିତତା କରିଥିବାର ଅଭିଯୋଗ କରିଛନ୍ତି । ନୋଟିସ ଲାଗିବା ପରେ ସ୍ଥାନୀୟ ଲୋକେ  ଏହାକୁ ବିରୋଧ କରିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗଠନ ହୋଇଥିବା ଟ୍ରଷ୍ଟ ବୋର୍ଡର ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇଛି। ଏଥିସହ ମନ୍ଦିର ନିୟମ ଅନୁଯାୟୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରଷ୍ଟ ବୋର୍ଡ କମିଟି ଗଠନ କରିବାକୁ ଦାବି କରାଯାଇଛି । ସେହିପରି ମନ୍ଦିରରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ଭଦ୍ରକ ସାଂସଦ , ଆଇନ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଘଟଣାକୁ ନେଇ ପ୍ରଶାସନ ତରଫରୁ କୌଣସି ସୂଚନା ମିଳିପାରି ନାହିଁ ।