ପ୍ରମୂଖ ଖବର
  • ବାହୁଡ଼ା ଯାତ୍ରା: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହେଲା ପହଣ୍ଡି, ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହେବ ଚତୁର୍ଦ୍ଧାମୂର୍ତ୍ତି
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ସରିଲା ଆଡ଼ପମଣ୍ଡପ ଲୀଳା: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ଚକ୍ରରାଜ ସୁଦର୍ଶନଙ୍କ ଚାଲିଛି ପହଣ୍ଡି
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ, ପୁରୀରେ ମଧ୍ୟମ ଧରଣର ବର୍ଷା ହୋଇପାରେ
  • ||

ଦୁର୍ଗାପୂଜା ପାଇଁ ଟ୍ବିନସିଟିରେ ମୁତୟନ ହେବେ ୧୦୨ ପ୍ଲାଟୁନ ପୋଲିସ ଫୋର୍ସ

Published By : Suraj Kumar | October 8, 2024 5:10 PM

ଭୁବନେଶ୍ବର, ୮।୧୦ : କଟକ- ଭୁବନେଶ୍ୱରରେ ପୂଜା ପାଇଁ କମିଶନରେଟ ପୋଲିସ  ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି। ଟ୍ବିନସିଟିରେ ମୁତୟନ ହେବେ ୧୦୨ ପ୍ଲାଟୁନ ପୋଲିସ ଫୋର୍ସ । ଏଥିସହ ଦାୟିତ୍ୱ ରେ ରହିବେ ୨୦୦ଜଣ ବରିଷ୍ଠ ଅଧିକାରୀ । ଭୁବନେଶ୍ୱରରେ ମୁତୟନ ହେବେ ୩୮ ପ୍ଲାଟୁନ ପୋଲିସ ଫୋର୍ସ । ସେହିପରି କଟକରେ ୬୪ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବେ  ବୋଲି ପୋଲିସ କମିଶନର ଏସ ଦେବଦତ୍ତ ସିଂ  ସୂଚନା ଦେଇଛନ୍ତି।

Durga Puja 2024: Get all updated News, Videos and Photos of Durga Puja

 ଭୁବନେଶ୍ୱରରେ  ୧୮୭  ପୂଜା ମଣ୍ଡପ ଓ କଟକରେ ୧୬୬ ଟି ମେଢ଼ ରହିଛି ।  ସୁରକ୍ଷା ଦୁଷ୍ଟିରୁ ପ୍ରଥମ ଥର ପାଇଁ ସେଣ୍ଟ୍ରାଲ ଆର୍ମ ପୋଲିସ ଫୋର୍ସ ମୁତୟନ ହେବେ । ଛୋଟ ବଡ଼ ଅପରାଧୀଙ୍କ ଉପରେ ନଜର ରହିବ। ଟ୍ରାଫିକ ଉପରେ କଟକଣା ଜାରି କରାଯାଇଛି । ପୂଜା ସମୟରେ ସହର ଭିତରେ ଭାରୀ ଯାନ ଉପରେ କଟକଣା ଜାରୀ ରହିଛି । ପାର୍କିଂ ପାଇଁ ପୂଜା ମଣ୍ଡପ ପାଖରେ ବ୍ୟବସ୍ଥା କରାଯାଇଛି ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.