ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ସ୍ୱାଭିମାନ ଅଞ୍ଚଳର ୧୨ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ

Published By : Prameya | November 25, 2024 9:00 PM

ମାଲକାନଗିରି,୨୫/୧୧ (ଆପ୍ର ) : ସ୍ୱାଭିମାନ ଅଞ୍ଚଳରେ ୧୨ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗ ଓ ପୁଲିସ ମିଳିତ  ଚଢ଼ାଉ କରି ଏହାକୁ ନଷ୍ଟ କରାଯାଇଛି। ୧କୋଟି ୮୦ଲକ୍ଷ ଟଙ୍କାର ଗଞ୍ଜେଇ ଗଛ କୁ କାଟି ପୋଡି ନଷ୍ଟ କରାଯାଇ ଥିବା ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ବିମ୍ବାଧର ପଣ୍ଡା ସୂଚନା ଦେଇଛନ୍ତି।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା  ଗାଜଲମାମୁଡି ପଞ୍ଚାୟତ ନିକଟବର୍ତ୍ତୀ ଦୁର୍ଗମ ଅଞ୍ଜରିଆଗୁଡା ଜଙ୍ଗଲରେ ପ୍ରଚୁର ପରିମାଣର ବେଆଇନ ଗଞ୍ଜେଇ ଚାଷ ହୋଇଥିଲା।  ଖବର ପାଇ ଜିଲ୍ଲା ଅବକାରୀ ବିଭାଗ କର୍ମଚାରୀ, ଯୋଡାମ୍ବ ଥାନା ପୁଲିସ ଓ ଡିଭିଏଫ ଯବାନ ମିଳିତ ଭାବେ ସେ ଜଙ୍ଗଲରେ ଚଡାଉ କରିଥିଲେ।

ସେ ଜଙ୍ଗଲ ଜମି ଗୁଡିକ ରେ ପ୍ରଚୁର ପରିମାଣ ର ବେଆଇନ ଗଞ୍ଜେଇ ଚାଷ ହୋଇଥିବାର ଦେଖି ଥିଲେ।  ଅଂଜରିଆଗୁଡା ଗ୍ରାମ ପାର୍ଶ୍ଵ ଜଙ୍ଗଲ ରେ ଆଜି ଚଢ଼ଉ କରାଯାଇଥିଲା। ଉକ୍ତ ଚଢ଼ଉ ବେଳେ ୧୨ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ର ୧୮,୦୦୦ ଗଞ୍ଜେଇ ଗଛ କୁ କାଟି ପୋଡି ନଷ୍ଟ କରାଯାଇଛି। ଏହାର ମୂଲ୍ୟ ଏକ କୋଟି ୮୦ଲକ୍ଷ  ଟଙ୍କା ହେବ।ଏନେଇ ଅବକାରୀବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି। ଗଞ୍ଜେଇ ଚାଷ ହୋଇଥିବା ଜମି ର ଯାଞ୍ଚ କରାଯାଇ ରିପୋର୍ଟ ଦେବାକୁ ରାଜସ୍ବ ବିଭାଗ କୁ ଅନୁରୋଧ କରାଯାଇଛି। ରିପୋର୍ଟ ମିଳିବା ପରେ ଅବକାରୀ ବିଭାଗ ତରଫରୁ ଚାଷୀ କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି. ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡା କହିଛନ୍ତି। ଏହି ଚଢ଼ଉ ସମୟ ରେ  ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ବଳ,ସବ୍ ଇନ୍ସପେକ୍ଟର ଅଶେଷ କୁମାର ନାୟକ , ଅମିୟ କୁମାର ଖଞ୍ଜା ,ଦୀପକ କୁମାର ସାମଲ,ରମେଶ ଚନ୍ଦ୍ର ସାହୁକାର,ହେମନ୍ତ ବାଘ, ଏଏସଆଇ ରାମ ଚନ୍ଦ୍ର ହନ୍ତାଳ, ସୁରେନ୍ଦ୍ର ମାଝୀ, ଜେମସ ମାଲଖମ୍ ସାହୁ ଓ ସମସ୍ତ ଅବକାରୀ ଥାନା ର କନେଷ୍ଟବଳ ମାନେ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.