​​​​​​​ଜି ଉଦୟଗିରି, ୨୩ /୧୦ : ଜି.ଉଦୟଗିରି ନିକଟସ୍ଥ କଳିଙ୍ଗା ଡୁଗୁଡିପାରୀ ଅଞ୍ଚଳରୁ ଏକ ୧୨ ଫୁଟ ଲମ୍ବା ଅଜଗର ସାପ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନ ଟିମ। ଏତେବଡ ସାପ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇ ପଡିଥିଲେ । ସୂଚନା ମିଳିବା ସଙ୍ଗେ ସଙ୍ଗେ ସ୍ନେକ ହେଲ୍ପଲାଇନ ଟିମ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

ଅଜଗର ସାପକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ଼ ଲାଗିଥିଲା। ପରେ ଅଜଗରକୁ ସାବଧାନତାର ସହ ନିକଟସ୍ଥ କଳିଙ୍ଗା ଜଙ୍ଗଲ ଅଞ୍ଚଳରେ ଛାଡ଼ିଦେଇଥିଲେ ସ୍ନେକ ହେଲ୍ପଲାଇନ ଟିମ। ଏହି ଉଦ୍ଧାର କାର୍ଯ୍ୟରେ ହେଲ୍ପଲାଇନ ସଦସ୍ୟ ଜଗନ୍ନାଥ ନାୟକଙ୍କ ସହିତ ଲାଲୁ ପରିଛା ଓ ଅନ୍ୟ ସହଯୋଗୀମାନେ ସାମିଲ ଥିଲେ।