ନୂଆଦିଲ୍ଲୀ, ୦୯/୦୬ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବରାବର ରେକର୍ଡ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ଜିତି ସର୍ବାଧିକ ସମୟ ପାଇଁ  ଶାସନ ଭାରରେ ରହି ସେ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ୨୦୧୪ରେ ନିର୍ବାଚନ ଜିତିବା ଠାରୁ ୨୦୨୬ ଜୁନ ୯ ତାରିଖ ଯାଏଁ ମୋଦି ଲଗାତର ୪୩୯୮ ଦିନର ଶାସନ ଭାରରେ ଅଛନ୍ତି। ଯାହାକି ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଶାସନ କାଳର ବରାବର ହେବ। ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧୦ ତାରିଖରେ ମୋଦି ଜବାହାରଲାଲ ନେହେରୁଙ୍କ ରେକର୍ଡ ଭାଙ୍ଗି ନୂଆ ଇତିହାସ ସୃଷ୍ଟି କରିବେ। 

ଜୁନ ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନରେ ୧୨ ବର୍ଷ ପୂରଣ କରିଛନ୍ତି। ତାଙ୍କ ଶାସନ ସମୟରେ ସେ ଦେଶରେ ବହୁ ବିକାଶମୂଳକ ଯୋଜନା ଏବଂ ନୀତି ଲାଗୁ କରିଛନ୍ତି। ତେବେ ଘରୋଇ, ଆଇନଗତ, ପ୍ରତିରକ୍ଷା, ଅର୍ଥନୈତିକ, ବାଣିଜ୍ୟିକ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ରାକ୍ ରେକର୍ଡ ବିଷୟରେ ଜାଣନ୍ତୁ...

କେନ୍ଦ୍ର ସରକାରଙ୍କ ୨୫ ଉପଲବ୍ଧି

୧. ପ୍ରତ୍ୟେକ ଘରେ ଟ୍ୟାପ ପାଣି ସଂଯୋଗ-୧୬ କୋଟି ଘରେ ପହଞ୍ଚିଛି ହର୍ ଘର୍ ଜଲ୍ 
୨. ୟୁପିଆଇ ଦ୍ବାରା ବ୍ୟାପାର ସହଜ-ବିଶ୍ବର ୫୬ ପ୍ରତିଶତ ଡିଜିଟାଲ କାରବାର ଭାରତରେ
୩. କ୍ରୀଡ଼ା ତାରକା- ୧୦୪୫ ଖେଲୋ ଇଣ୍ଡିଆ କେନ୍ଦ୍ର
୪. ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା- ୭୮ ହଜାର ଯାଏଁ ସୋଲାର ସବସିଡି, ଉପକୃତ ୩୦ ଲକ୍ଷ ଘର
୫. ମାଗଣା ରାସନ୍ - ୮୧ କୋଟି ଲୋକ ହିତାଧିକାରୀ
୬. ମୁଦ୍ରା ଯୋଜନାରେ ବନ୍ଧକ ମୁକ୍ତ ଋଣ - ୪୦ ଲକ୍ଷ କୋଟି ଋଣ ବିତରଣ
୭. ପିଏମ୍ ପୋଷଣ- ୧୪ ଲକ୍ଷରୁ ଅଧିକ ଅଙ୍ଗନବାଡ଼ିରେ କାର୍ଯ୍ୟକ୍ଷମ, ୯ କୋଟି ହିତାଧିକାରୀଙ୍କ ପୋଷଣ ଟ୍ରକିଂ 
୮. ବିଶ୍ବ ବନ୍ଧୁ ଆମ ଭାରତ- ବିଦେଶରୁ ଅପରେସନ ବ୍ରହ୍ମା, ସାଗର ବନ୍ଧୁ
୯. ସ୍ବଦେଶୀ ଅସ୍ତ୍ରଶସ୍ତ୍ର ନିର୍ମାଣ- ୩୮ ହଜାର କୋଟିରୁ ଉର୍ଦ୍ଧ୍ୱ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି
୧୦. ଡିବିଟି ମାଧ୍ୟମରେ ବ୍ୟାଙ୍କ୍ ଖାତାକୁ ସିଧା ସଂଯୋଗ
୧୧. ସବୁଜ ଶକ୍ତି କ୍ଷେତ୍ରରେ ବ୍ୟାପକ ବୃଦ୍ଧି
୧୨. ନବ ସୃଜନ - କୋଟିଏରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ତାଲିମ
୧୩. ସେମିକଣ୍ଡକ୍ଟର ଚିପ୍ସ - ୧୨ଟି ପ୍ଲାଣ୍ଟ ଦେଶ ଭିତରେ
୧୪. ବିକାଶ ସହିତ ପରିବେଶ ସୁରକ୍ଷା - ୭୦% ବାଘଙ୍କ ବାସସ୍ଥଳୀ ସୁରକ୍ଷିତ 
୧୫. କିଷାନ୍ ସମ୍ମାନ ନିଧି - ୬୦୦୦ ଲେଖାଏଁ ଅନୁକମ୍ପା 
୧୬. ମହାକାଶରେ ଭାରତ - ୩୦୦ରୁ ଅଧିକ ଷ୍ଟାର୍ଟ ଅପ୍
୧୭. ନାରୀଶକ୍ତି ବନ୍ଦନା - ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ 
୧୮. ଉପନିବେଶିକ ମାନସିକତାରୁ ମୁକ୍ତି
୧୯. ପିଏମ୍ ଗତିଶକ୍ତି - ଅଟଳ ସେତୁ, ସୁଦର୍ଶନ ସେତୁ
୨୦. ଉତ୍ତର ଭାରତର ସମସ୍ତ ରାଜ୍ୟରେ ରାଜପଥ, ରେଳପଥ ଏବଂ ବିମାନ ସେବା
୨୧. ଆୟୁଷ୍ମାନ ଭାରତ - ୬୦ କୋଟି ମାଗଣା ଚିକିତ୍ସା
୨୨. ଆଦିବାସୀ କଲ୍ୟାଣର ନୂଆ ଯୁଗ - ୬୩ ହଜାର ଜନଜାତି ଗାଁରେ ପହଞ୍ଚିଛି ବିକାଶ
୨୩. ନକ୍ସଲ ମୁକ୍ତ ଭାରତର ସ୍ୱପ୍ନ ସାକାର
୨୪. ମୋ ଷ୍ଟାର୍ଟ ଅପ୍ ଯୋଜନା - ଦେଶବ୍ୟାପି ୨.୨ ଲକ୍ଷ ଷ୍ଟାର୍ଟ ଅପ୍ 
୨୫. ପିଏମ୍ ଆବାସ - ୪ କୋଟିରୁ ଅଧିକ ପିଏମ୍ ଆବାସ

ଆହୁରି ପଢନ୍ତୁ- କେତେ ଟଙ୍କାରେ ହୁଏ ବିମାନ ବୀମା ? ଜାଣନ୍ତୁ କେଉଁ ପ୍ରକାର ଦୁର୍ଘଟଣା ପାଇଁ ହୁଏ ନାହିଁ କ୍ଲେମ୍