PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଆଜି ୧୨ଘଣ୍ଟିଆ ବରଗଡ଼ ବନ୍ଦ: ଟାୟାର ଜାଳି ବିଭିନ୍ନ ଜାଗାରେ ରାସ୍ତାରୋକ ସହ ପିକେଟିଂ ଜାରି, ଯାନବାହାନ ଚଳାଚଳ ଠପ୍

ବରଗଡ଼ ୩୦/୦୭: ଆଜି ୧୨ଘଣ୍ଟିଆ ବରଗଡ଼ ବନ୍ଦ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଚକଅଖ ଜାମ୍‌। ବରଗଡ଼ ସଚେତନ ନାଗରିକ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ବିଭିନ୍ନ ଛକରେ ରାସ୍ତାରୋକ ସହ ପିକେଟିଂ ଜାରି ରହିଛି। କିଛି ଛକରେ ରାସ୍ତାରେ ଟାୟାର ଜାଳି ଯାନବାହନ ଯାତାୟତକୁ ଠପ୍ କରିବା ସହ ବନ୍ଦ ପାଳନ କରାଯାଉଥିବା ଦେଖିବାକୁ ମିଳିଛି।

ବରଗଡ଼ ବିକାଶ ଫାଷ୍ଟ ଷ୍ଟେପରେ ପଢୁଥିବା ଛାତ୍ର ଆଦିତ୍ୟରାଜ ର ମୃତ୍ୟୁ କୁ ନେଇ ଏହି ବନ୍ଦ ଡ଼ାକରା ଦିଆଯାଇଛି । ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଏବଂ ଆଦିତ୍ୟରାଜ ମୃତ୍ୟୁ ଘଟଣାକୁ ନେଇ ବିକାଶ ସ୍କୁଲ ଆଗରେ ଗତ ୨୫ତାରିଖ ଦିନ ଅଭିଭାବକ ମାନେ ପ୍ରତିବାଦ ପ୍ରଦର୍ଶନ କରୁଥିବା ବେଳେ ସାମ୍ବାଦିକ ବିରେନ୍ଦ୍ର ପ୍ରଧାନଙ୍କ ସମେତ ୯ଜଣଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ କରିଥିବା ବରଗଡ଼ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି ।

ବନ୍ଦ ପ୍ରଭାବରେ ବରଗଡ଼ ସହରର ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ, ସ୍କୁଲ, କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଆନ୍ଦୋଳନ କାରୀ ବରଗଡ଼ ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିବାରୁ ଯାନବାହନ ଚଳାଚଳ ବନ୍ଦ କରିଛନ୍ତି । ବରଗଡ଼ ସଚେତନ ନାଗରିକ କମିଟିର ଏହି ବନ୍ଦ ଡାକରାକୁ ସମସ୍ତ ରାଜନୈତିକ ଦଳ, ବରଗଡ଼ ସାମ୍ବାଦିକ ସଂଘ, ବରଗଡ଼ ଜିଲ୍ଲା ଓକିଲ ସଂଘ, ଅଭିଭାବକ ସଂଘ ସମେତ ବିଭିନ୍ନ ସଂଗଠନ ସମର୍ଥନ କରୁଛନ୍ତି ।

ସମ୍ବନ୍ଧିତ ଖବର