ନୂଆଦିଲ୍ଲୀ,୧୩/୦୭: ଲର୍ଡସ୍ ଟେଷ୍ଟ ମ୍ୟାଚ୍ରେ ଇତିହାସ ରଚିଲେ ସାର୍ ରବିନ୍ଦ୍ର ଜାଡେଜା। ଶତକ ମାରିପାରିନଥିଲେ ବି ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଇତିହାସରେ ଏପରି ଏକ କୃତିତ୍ୱ କରିଛନ୍ତି ଯାହା ବିଶ୍ୱ କ୍ରିକେଟକୁ ଚକିତ କରି ଦେଇଛି। ଭାରତର ପ୍ରଥମ ଇନିଂସ୍ରେ ଜାଡେଜା ୭୨ ରନର ଥିଲେ । ସ୍କୋର କରିବା ସହିତ, ଜାଡେଜା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଇତିହାସରେ ୧୫ ଅର୍ଦ୍ଧଶତକ, ୧୩୦ରୁ ଅଧିକ ୱିକେଟ୍ ଏବଂ ୨୦୦୦ରୁ ଅଧିକ ରନ କରିଥିବା ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି ।
ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଲେ ଜାଡେଜା-ରବୀନ୍ଦ୍ର ଜାଡେଜା ପୁଣି ଥରେ ଟିମ୍ ଇଣ୍ଡିଆ ପାଇଁ ନିଜର ଉପଯୋଗୀତା ପ୍ରମାଣ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଲର୍ଡସ୍ରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ କରିଛନ୍ତି। ଜାଡେଜା ଭାରତକୁ ସଂଙ୍କଟରୁ ଉଦ୍ଧାର କରିଥିଲେ । ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୮୭ ରନ ନିକଟତର କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଏହା ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫିରେ ଜାଡେଜାଙ୍କର ଲଗାତାର ତୃତୀୟ ଅର୍ଦ୍ଧଶତକ।
ଜାଡେଜା ୧୩୧ଟି ବଲ୍ରେ ୮ଟି ଚୌକା ଏବଂ ଗୋଟିଏ ଛକା ମାରିବାରେ ସଫଳ ହୋଇଥିଲେ। ନୀତିଶ ରେଡ୍ଡୀଙ୍କ ସହିତ ଚତୁର୍ଥ ୱିକେଟ୍ ପାଇଁ ୭୨ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ, ତା’ପରେ ୱାଶିଂଟନ୍ ସୁନ୍ଦରଙ୍କ ସହିତ ୫୦ ରନ୍ର ଭାଗୀଦାରୀ କରିଥିଲେ ଏବଂ ଦଳକୁ ଇଂଲଣ୍ଡ ସ୍କୋର୍ର ନିକଟତର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଲର୍ଡସ୍ ଟେଷ୍ଟ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୮୭ ରନ୍ କରିଥିଲା। ଭାରତୀୟ ଦଳର ପ୍ରଥମ ଇନିଂସ୍ ମଧ୍ୟ ୩୮୭ ରନ୍ରେ ଶେଷ ହୋଇଥିଲା । ଭାରତକୁ ଏହି ସ୍କୋର୍ରେ ପହଞ୍ଚାଇବାରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା, ଯିଏ ୭୨ ରନ୍ର ଏକ ଚମତ୍କାର ଇନିଂସ୍ ଖେଳିଥିଲେ। ତୃତୀୟ ଦିନ ଶେଷରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ୍ରେ କୌଣସି ୱିକେଟ୍ ନ ହରାଇ ୨ ରନ୍ କରିଥିଲା । ସିରିଜ୍ ବର୍ତ୍ତମାନ ୧-୧ରେ ବରାବର ରହିଛି ।