୧୬ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ, ୨ଗିରଫ

ମାଲକାନଗିରି,୪।୧୨(ଆପ୍ର):ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଭ୍ରାମ୍ୟମାଣ ୟୁନିଟ ପକ୍ଷରୁ ବାଲିମେଳା ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ସେହି ରାସ୍ତାରେ ଏକ ମୋଟର ସାଇକେଲ ଦ୍ରୁତଗତିରେ ପଳାଇଥିଲା। ଅବକାରୀ ବିଭାଗ କର୍ମଚାରୀ ମାନେ ଗୋଡ଼ାଇ ବାଇକ କୁ ଧରିଥିଲେ। ବାଇକ ଯାଞ୍ଚ କରିବାରୁ ସେଥିରେ ଏକ ପ୍ଲାଷ୍ଟିକ ବସ୍ତାରେ ୧୬କେଜି୫୦୦ଗ୍ରାମ ଗଞ୍ଜେଇ ଥିବାର ଦେଖିବାକୁ ପାଇଥିଲେ।
ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ ମାଲକାନଗିରି ଜିଲ୍ଲା ଏମଭି୯ଗ୍ରାମର ଅଭୟ ସରକାର ଓ ପ୍ରଶ୍ନଜିତ ପରମାଣୀଙ୍କୁ ଗିରଫ କରିବା ସହିତ ସେ ମାନଙ୍କ ନିକଟରୁ ଗଞ୍ଜେଇ, ବାଇକ ଜବତ କରିଛନ୍ତି। ଜିଲ୍ଲା ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ କୁମାର ପାଢୀ ଙ୍କ ନିର୍ଦ୍ଦେଶ କ୍ରମେ ଭ୍ରାମ୍ୟମାଣ ଅବକାରୀ ୟୁନିଟ ପକ୍ଷରୁ ବାଲିମେଳା ଛକ ଠାରେ ଏସଆଇ ଆଶେଷ କୁମାର ନାୟକ,ଅକ୍ଷୟ କୁମାର ଜେନା,ଜ୍ଞାନ ରଞ୍ଜନ ସାହୁ,ଜ୍ଞାନରଞ୍ଜନ ସାହୁ,ପ୍ରଦୀପ କୁମାର ନାଇକ,ପ୍ରଶନ କୁମାର ପ୍ରମୁଖ ଅବକାରୀ ବିଭାଗ କର୍ମଚାରୀ ମାନେ ମାଲକାନଗିରି ଜିଲ୍ଲା ବାଲିମେଳା ଛକ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଏହି ଗଞ୍ଜେଇ ଜବତ ହୋଇଛି। ୨ ଗିରଫ ବ୍ୟକ୍ତିଙ୍କୁ କୋର୍ଟଚାଲାଣ କରାଯାଇଛି।