ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରତ ବନ୍ଦ ପ୍ରଭାବ: ପଶ୍ଚିମବଙ୍ଗରେ ବାମପନ୍ଥୀ କର୍ମୀଙ୍କ ଉପରେ ଲାଠିଚାର୍ଜ, ସେପେଟ ବିହାରରେ ରାହୁଲ-ତେଜସ୍ବୀଙ୍କ ଶୋଭାଯାତ୍ରା

Published By : Harapriya Biswal | July 9, 2025 3:00 PM

ନୂଆଦିଲ୍ଲୀ,୯।୭: ୧୦ ପ୍ରମୁଖ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ କୃଷକ ସଂଗଠନ ମିଳିତ ମଞ୍ଚ ଆଜି ଦେଶବ୍ୟାପୀ ‘ଭାରତ ବନ୍ଦ’ ଆହ୍ବାନ ଦେଇଛି। କେନ୍ଦ୍ର ସରକାରଙ୍କ ‘ଶ୍ରମିକ ବିରୋଧି, କୃଷକ ବିରୋଧି ଓ ରାଷ୍ଟ୍ର ବିରୋଧି କର୍ପୋରେଟ୍ ସମର୍ଥନ ନୀତିକୁ ଦିଆଯାଇଛି ବନ୍ଦ ଡାକରା, ହୋଇଛି ବିରୋଧ। ବ୍ୟାଙ୍କିଙ୍ଗ, ପରିବହନ, ଡାକ ସେବା, ଖନନ ଓ ନିର୍ମାଣ ଭଳି ପ୍ରମୁଖ କ୍ଷେତ୍ରର ୨୫ କୋଟିରୁ ଅଧିକ ଶ୍ରମିକ ଭାରତ ବନ୍ଦରେ ସାମିଲ ହୋଇଛନ୍ତି। ବନ୍ଦ ପରେ ମଧ୍ୟ ଆଜି ସେୟାର ମାର୍କେଟ ଖୋଲା ରହିଛି। ଦେଶବ୍ୟାପି ଆଜି ଦିଆଯାଇଛି ବନ୍ଦ ଡାକରା। 

ଦେଶର ପ୍ରମୁଖ ରାଜ୍ୟ ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, କେରଳ, ଓଡିଶା, ଝାଡଖଣ୍ଡ, କର୍ଣ୍ଣାଟକ, ତାମିଲନାଡୁରେ ରହିଛି ବନ୍ଦର ପ୍ରଭାବ। ମଧ୍ୟ ପ୍ରଦେଶରେ ୮୭୦୦ ବ୍ୟାଙ୍କ ଶାଖାରେ କାମ ବନ୍ଦ ରହିଛି। ତାମିଲନାଡୁର ଥୁଥୁକୁଡିରେ ସଫେଇ କର୍ମଚାରୀ ନିଜର ଦାବି ରଖି ଦିନିକିଆ ବନ୍ଦ ଡାକରାରେ ସାମିଲ ହୋଇଛନ୍ତି। ଶ୍ରମ ସଂଗଠନର ଦାବି ଯେ, ଶ୍ରମ ସଂହିତାକୁ ‌ଶେଷ କରି ଦିଆଯାଉ। ଠିକା ପ୍ରଣାଳୀ ଶେଷ କରିବା, ସାର୍ବଜନୀକ କ୍ଷେତ୍ରରେ ଘରୋଇକରଣ ବନ୍ଦ କରିବା ତଥା ନ୍ୟୁନତନ ମଜୁରୀ ବଢାଇ ୨୬୦୦୦ ଟଙ୍କା ମାସିକ କରିବାକୁ ଦାବି ରହିଛି। ବନ୍ଦ ଭିତରେ ସେଣ୍ଟର ଅଫ୍ ଇଣ୍ଡିଆ ଟ୍ରେଣ୍ଡ ୟୁନିଅନ୍‌ର ସମର୍ଥକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରିଛନ୍ତି। 

ସେପେଟ ବିରୋଧି ଦଳ ନେତା ରାହୁଲ ଗାନ୍ଧି, ଆରଜେଡି ନେତା ତେଜସ୍ବୀ ଯାଦବ ଓ ଇଣ୍ଡିଆ ବ୍ଲକର ବହୁ ଅନ୍ୟ ନେତା ପାଟନାରେ ନିର୍ବାଚନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ନେତୃତ୍ବ ନେଇଛନ୍ତି। ବହୁ ସଂଖ୍ୟାରେ ବିରୋଧି ଦଳ ନେତା ପାଟାନାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପଶ୍ଚିମବଙ୍ଗରେ ମଧ୍ୟ ବନ୍ଦର ପ୍ରଭାବ ରହିଛି। ବାମପନ୍ଥୀ ସଂଗଠନର କାର୍ଯ୍ୟକର୍ତ୍ତା ହାଓ୍ବଡାରେ ବନ୍ଦ ଲାଗୁ କରିବାର ଚେଷ୍ଟା କରିଥିଲେ। ଏହି ସମୟରେ ପୋଲିସ ଲାଠିଚାର୍ଜ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.