ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବ୍ରିକ୍ସ ଦେଶ ଉପରେ ୧୦% ଟାରିଫ୍‌ରେ ଭାରତ ଭାେଗିବ : ଟ୍ରମ୍ପ

Published By : Ankita S | July 9, 2025 3:01 PM

tv9

ନୂଆଦିଲ୍ଲୀ,୦୯ /୦୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେସାକୁ ତେସା ଶୁଳ୍କ ନୀତି ଆଧାରରେ ସୋମବାର ବାଂଲାଦେଶ ଏବଂ ଜାପାନ ସମେତ ୧୪ଟି ଦେଶ ଉପରେ ଉଚ୍ଚ ଟାରିଫ୍‌ ଘୋଷଣା କରିଥିଲେ । ଏହାପୂର୍ବରୁ ବ୍ରିକ୍ସ ଦେଶ ଉପରେ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ । ଏବେ ସତକୁ ସତ ଭାରତ ସମେତ ବ୍ରିକ୍ସ ଦେଶ ଉପରେ ଟାରିଫ୍ ଲାଗୁ ହେବ ବୋଲି ସିଧା ସିଧା କହିଛନ୍ତି ଟ୍ରମ୍ପ । ଭାରତକୁ ମଧ୍ୟ ଭୋଗିବାକୁ ପଡିବ ବୋଲି କହିଛନ୍ତି ଡେନାଲ୍ଡ ଟ୍ରମ୍ପ ।

ଟ୍ରମ୍ପ କହିଛନ୍ତି ଯେ, ବ୍ରିକ୍ସ ସଂଗଠନ ଆମେରିକା ବିରୋଧୀ, ''ଏହି ସଂଗଠନରେ ସାମିଲ ସମସ୍ତ ଦେଶ ବ୍ରାଜିଲର ରିଓରେ ଅନୁଷ୍ଠିତ ଶିଖର ସମ୍ମିଳନୀରେ ଆମେରିକାର ବାଣିଜ୍ୟ ନୀତିକୁ ସମାଲୋଚନା କରିଛନ୍ତି । ଭାରତକୁ ଏଥିରୁ ମୁକ୍ତ କରାଯାଇପାରିବ ନାହିଁ କାରଣ ସେ ମଧ୍ୟ ବ୍ରିକ୍ସ ସଂଗଠନରେ ରହିଛି ଯାହା ଆମେରିକା ବିରୁଦ୍ଧରେ କାମ କରୁଛି । ଏହି ନୀତିରେ କୌଣସି ବ୍ୟତିକ୍ରମ ହେବ ନାହିଁ ।''

ଜାପାନ-ସାଉଥ କୋରିଆ ଆମେରିକା ସହ ସହ କଥା-  ମଙ୍ଗଳବାର ଜାପାନ ସମେତ ୧୪ଟି ଦେଶ ଉପରେ ଉଚ୍ଚ ଟାରିଫ୍‌ ଘୋଷଣା କରିଥିଲେ ।  ଏହା ଅଗଷ୍ଟ ପହିଲାରୁ ଲାଗୁ ହେବ । ଜାପାନ ଏବଂ ଦକ୍ଷିଣ କୋରିଆ ଉପରେ ଶୁଳ୍କ ଘୋଷଣା ପରେ, ଉଭୟ ଦେଶ ମଙ୍ଗଳବାର ଦିନ କହିଛନ୍ତି ଯେ ସେମାନେ ଅତ୍ୟଧିକ ଶୁଳ୍କର ପ୍ରଭାବକୁ ହ୍ରାସ କରିବା ପାଇଁ ଆମେରିକା ସହିତ ଆଲୋଚନା କରିବାକୁ ଚେଷ୍ଟା କରିବେ। ଏହି ଶୁଳ୍କ ପତ୍ରଗୁଡ଼ିକ ୧୪ଟି ଦେଶକୁ ପଠାଯାଇଥିଲା, ଯେଉଁଥିରୁ ଜାପାନ ଏବଂ ଦକ୍ଷିଣ କୋରିଆ ପ୍ରଥମେ ଏହି ପତ୍ରଗୁଡ଼ିକ ପାଇଥିଲେ। ସେମାନଙ୍କ ଉପରେ ୨୫ ରୁ ୪୦ ପ୍ରତିଶତ ଟିକସ୍‌ ଲାଗୁ ହେବାକୁ ଘୋଷଣା ହୋଇଛି । 

ଅଧିକ ପଢନ୍ତୁ...ଟ୍ରମ୍ପଙ୍କ ଟାର୍ଗେଟରେ କାହିଁକି ‘BRICS’ ଦେଶ...୧୦% ଟାରିଫ୍ ୧୦ ଦେଶ ଉପରେ କ’ଣ ପକାଇବ ପ୍ରଭାବ ?

ଡଲାର ରାଜା, ଆମେ ତାକୁ ଏମିତି ହିଁ ରଖିବୁ- ଟ୍ରମ୍ପ ହ୍ୱାଇଟ୍ ହାଉସରେ ଅନୁଷ୍ଠିତ ଏକ ବୈଠକରେ ବ୍ରିକ୍ସକୁ ନିଶାନା ମାରିଥିଲେ । ସେ କହିଥିଲେ ଯେ, ମୋ ମତରେ ବ୍ରିକ୍ସ ଏକ ଗମ୍ଭୀର ବିପଦ ନୁହେଁ, କିନ୍ତୁ ସେମାନେ ଯାହା କରିବାକୁ ଚେଷ୍ଟା କରୁଛନ୍ତି ସେଥିରେ ଡଲାରକୁ ନଷ୍ଟ ହୋଇପାରେ  । ଡଲାର ହେଉଛି ରାଜା, ଆମେ ଏହାକୁ ସେହିପରି ରଖିବୁ। ଯଦି ଲୋକମାନେ ଏହାକୁ ଚ୍ୟାଲେଞ୍ଜ କରିବାକୁ ଚାହାଁନ୍ତି, ତେବେ ସେମାନେ ଏହା କରିପାରିବେ, କିନ୍ତୁ ଏଥିପାଇଁ ସେମାନଙ୍କୁ ଏକ ବଡ଼ ମୂଲ୍ୟ ଦେବାକୁ ପଡିବ। ଏହା ବ୍ୟତୀତ, ଟ୍ରମ୍ପ ତମ୍ବା ଆମଦାନୀ ଉପରେ ୫୦ ପ୍ରତିଶତ ଏବଂ ଔଷଧ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲଗାଇବା ବିଷୟରେ ମଧ୍ୟ ସଙ୍କେତ ଦେଇଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.