ଭୁବନେଶ୍ଵର, ୨/୧୨ : ସାବଧାନ୍ ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ୍। ୪ ବର୍ଷରେ ଜବତ ହେଲାଣି ୧୬୮ ନକଲି ଔଷଧ। ୩୮୮ ନିମ୍ନମାନର ମେଡିସିନ ମଧ୍ୟ ଜବତ ହୋଇଛି। ବିଧାନସଭାରୁ ଏଭଳି ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଛି। ବଜାରରୁ ୪ ବର୍ଷରେ ମୋଟ ଅଢେଇ କୋଟିର ନକଲି ମେଡିସିନ ଜବତ ହୋଇଛି। ସେହିପରି ପାନ୍ ୪୦, ପାନଟପ୍, ଟେଲ୍ମା, ପାରାସିଟାମଲ ମେଡିସିନ୍ ଜବତ ହୋଇଛି। ବିଧାନସଭାରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି। ୨୦୨୧ରେ ୭୯ ଓ ୨୦୨୨ରେ ୬୪ଟି ନକଲି ମେଡିସିନ୍ ଚିହ୍ନଟ ହୋଇଛି। ୨୦୨୩ରେ ୧୪ ଓ ୨୦୨୪ରେ ୧୧ଟି ନକଲି ମେଡିସିନ୍ ଚିହ୍ନଟ ହୋଇଛି।