ନୂଆଦିଲ୍ଲୀ,୨୨/୦୭: ସଦ୍ୟତମ ହେନଲି ପାସପୋର୍ଟ ସୂଚକାଙ୍କରେ ପୁଣି ଥରେ ନିଜର ପ୍ରାଧାନ୍ୟ ପ୍ରଦର୍ଶନ କରିଛି ସିଙ୍ଗାପୁର। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଧାରକ ଭାବରେ ନିଜର ସ୍ଥାନ ବଜାୟ ରଖିଛି। ଏହା ପରେ UAE ଏବଂ ବିଭିନ୍ନ ୟୁରୋପୀୟ ରାଷ୍ଟ୍ର ଅଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ୮୧ ତମ ସ୍ଥାନରେ ଅଛି। ଉଲ୍ଲେଖଯୋଗ୍ୟ ଯେ, ଏହା ଦୀର୍ଘ ସମୟ ଧରି ନିରନ୍ତର ୭୫ ରୁ ୮୫ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି। ଏପରିସ୍ଥଳେ ପାକିସ୍ତାନ ଏବଂ ବାଂଲାଦେଶ ବିଶ୍ୱର ସବୁଠାରୁ ଦୁର୍ବଳ ପାସପୋର୍ଟଧାରକ ଦେଶମାନଙ୍କ ମଧ୍ୟରେ ଅଛନ୍ତି।
ହେନଲି ପାସପୋର୍ଟ ଇଣ୍ଡେକ୍ସ, ପାସପୋର୍ଟ ଧାରକମାନେ ପୂର୍ବ ଭିସା ନ ନେଇ କେତେ ସ୍ଥାନ ପରିଦର୍ଶନ କରିପାରିବେ ତାହା ଉପରେ ଆଧାର କରି ପାସପୋର୍ଟଗୁଡ଼ିକୁ ତାଲିକାଭୁକ୍ତ କରେ। ଏକ ଉଚ୍ଚ ରାଙ୍କିଂ ଦେଶର ନାଗରିକମାନଙ୍କ ପାଇଁ ସହଜ ଆନ୍ତର୍ଜାତୀୟ ଯାତ୍ରା ସୂଚିତ କରେ। ଭାରତ ୮୧ତମ ସ୍ଥାନରେ ରହିଛି; ଭାରତୀୟ ପାସପୋର୍ଟ ଧାରକମାନେ ୫୫ଟି ଦେଶରେ ଭିସା-ମୁକ୍ତ ପ୍ରବେଶ ଉପଭୋଗ କରନ୍ତି।
ଅଧିକ ପଢ଼ନ୍ତୁ: ୨୦ ବର୍ଷ ବୟସରେ କିପରି କୋଟିପତି ହେଲେ ଗୌତମ ଆଦାନୀ? କ’ଣ ଥିଲା ତାଙ୍କର ପ୍ରଥମ ବ୍ୟବସାୟ ?
ବିଶ୍ବର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ:
୧- ସିଙ୍ଗାପୁର (୧୯୨ ଟି ସ୍ଥାନକୁ ଭିସା ମୁକ୍ତ କିମ୍ବା ଭିସା-ଅନ୍-ଆରାଇଭାଲ ସୁବିଧା ଯୋଗାଏ)
୨- ଜାପାନ, ଦକ୍ଷିଣ କୋରିଆ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) (୧୮୮ ଟି ସ୍ଥାନ)
୩- ସ୍ୱିଡେନ (୧୮୭ ଟି ସ୍ଥାନ)
୪- ବେଲଜିୟମ, ଡେନମାର୍କ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଆୟରଲ୍ୟାଣ୍ଡ, ଇଟାଲୀ, ଲକ୍ସେମବର୍ଗ, ନେଦରଲ୍ୟାଣ୍ଡ, ନରୱେ, ସ୍ପେନ (୧୮୬ ଟି ସ୍ଥାନ)
୫- ଅଷ୍ଟ୍ରିଆ, ଗ୍ରୀସ, ମାଲ୍ଟା, ପର୍ତ୍ତୁଗାଲ, ସ୍ୱିଜରଲ୍ୟାଣ୍ଡ (୧୮୫ ଟି ସ୍ଥାନ)
ତାଲିକାରେ ୟୁଏଇର ଦବଦବା:.
ନୂତନ ହେନଲି ସୂଚକାଙ୍କରେ, ସିଙ୍ଗାପୁର ଶୀର୍ଷ ସ୍ଥାନ ଅଧିକାର କରିଛି; ଏହାର ପାସପୋର୍ଟ ୧୯୨ ଟି ସ୍ଥାନକୁ ଭିସା-ମୁକ୍ତ ପ୍ରବେଶ ପ୍ରଦାନ କରେ। ଜାପାନ, ୟୁଏଇ ଏବଂ ଦକ୍ଷିଣ କୋରିଆର ପାସପୋର୍ଟ (ସଂଯୁକ୍ତ ଭାବେ ଦ୍ୱିତୀୟ ସ୍ଥାନରେ) ୧୮୮ ଟି ଦେଶକୁ ଭିସା-ମୁକ୍ତ ପ୍ରବେଶ ଅନୁମତି ଦିଏ। ସ୍ୱିଡେନ ତାଲିକାରେ ତୃତୀୟ ସ୍ଥାନରେ ଅଛି, ଏହାର ପାସପୋର୍ଟ ୧୮୭ ଟି ଦେଶକୁ ପ୍ରବେଶ ପ୍ରଦାନ କରେ।
ଆହୁରି ପଢ଼ନ୍ତୁ: ସ୍ବାକ୍ଷରିତ ହୋଇନଥିବା ଚୁକ୍ତିକୁ ନେଇ କାହିଁକି ବିରୋଧ କରୁଛନ୍ତି ଚାଷୀ ?
ଏହା UAE ପାଇଁ ଏକ ପ୍ରମୁଖ ସଫଳତା ଯେ, ଏହାର ପାସପୋର୍ଟ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯାତ୍ରା ଡକ୍ୟୁମେଣ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନ ପାଇଛି। ଏହା ହେନଲି ପାସପୋର୍ଟ ସୂଚକାଙ୍କ ୨୦ ବର୍ଷର ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି। ୨୦୦୬ ପରଠାରୁ, UAE ପାସପୋର୍ଟ ୧୫୩ ଟି ଅତିରିକ୍ତ ଗନ୍ତବ୍ୟସ୍ଥଳକୁ ଭିସା-ମୁକ୍ତ ପ୍ରବେଶ ପାଇଛି। ଦୁଇ ଦଶନ୍ଧି ପୂର୍ବେ, ୨୦୦୬ ମସିହାରେ, UAE ପାସପୋର୍ଟ ବିଶ୍ୱ ରାଙ୍କିଂରେ ଏକ ମଧ୍ୟମ ସ୍ଥାନ ଅଧିକାର କରିଥିଲା, ଅର୍ଥାତ୍ କେବଳ ୩୫ ଟି ସ୍ଥାନକୁ ପ୍ରବେଶ ଅନୁମତି ଦେଉଥିଲା।
ଆଜି, ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯାତ୍ରା ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ ହୋଇଗଲାଣି, ଅର୍ଥାତ୍ ସିଙ୍ଗାପୁର ପରେ ଦ୍ୱିତୀୟ ସ୍ଥାନରେ ରହିଛି ଦୁବାଇ। ଦୁବାଇ ବର୍ତ୍ତମାନ ୧୮୮ ଟି ସ୍ଥାନକୁ ପ୍ରବେଶ ପ୍ରଦାନ କରୁଛି। ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଆଫଗାନିସ୍ତାନ ତାଲିକାରେ ସବୁଠାରୁ ନିମ୍ନରେ (୧୦୪ ନମ୍ବରରେ) ରହିଥିବା ବେଳେ ପାକିସ୍ତାନ ୧୦୧ ତମ ସ୍ଥାନରେ ଅଛି। କେବଳ ତିନୋଟି ଦେଶ ପାକିସ୍ତାନ ତଳେ ଅଛି। ନେପାଳ ୯୮ ତମ ସ୍ଥାନରେ ଥିବା ବେଳେ ବାଂଲାଦେଶ ୯୭ ତମ ସ୍ଥାନରେ ଅଛି। ବାଂଲାଦେଶ ଏବଂ ଉତ୍ତର କୋରିଆର ପାସପୋର୍ଟ ସମାନ ସ୍ଥାନରେ ଅଛି। ଯୁଦ୍ଧଗ୍ରସ୍ତ ଇରାନ ୯୬ ତମ ସ୍ଥାନରେ ଅଛି, ଏବଂ ଶ୍ରୀଲଙ୍କା ୯ ତମ ସ୍ଥାନରେ ରହିଥିବା ବେଳେ ଚୀନ ୬୦ ତମ ସ୍ଥାନରେ ଅଛି।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: କିଏ ଏହି ଅନୁରାଗ ଜୈନ ? ଯାହାଙ୍କୁ ନୀତି ଆୟୋଗର CEO ଭାବେ ମନୋନୀତ କରିଛନ୍ତି କେଦ୍ର ସରକାର…