ପ୍ରମୂଖ ଖବର
  • ପାରିବାରିକ କଳହ : ଫ୍ୟାନରେ ଝୁଲି ବାପ-ପୁଅଙ୍କ ଆତ୍ମହତ୍ୟା
  • ||
  • ମହୁଆରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ତେଜ ପ୍ରତାପ ଯାଦବ
  • ||
  • ଟ୍ରମ୍ପ ପ୍ରଶାସନର ମନମାନୀ, ବାଧ୍ୟ ହୋଇ ନାସାରୁ ଚାକିରି ଛାଡ଼ିବେ ୩୮୭୦ କର୍ମଚାରୀ
  • ||
  • ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ଲାଗି ବିଜେପିର ଦାବି
  • ||
  • ଯୁଯୁମୁରା ଦେବଝରଣ ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରଛାତ୍ରୀ ମୃତ
  • ||
  • ଗୟାଜୀରେ ଗ୍ୟାଙ୍ଗରେପ୍ ! ହୋମଗାର୍ଡ ଆଶାୟୀଙ୍କୁ ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ ଅଭିଯୋଗ
  • ||
  • କଟକ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାକିରି ଦେବାକୁ କହି ଠକେଇ, ଜଣେ ଗିରଫ
  • ||
  • ସଫେଇ କର୍ମଚାରୀଙ୍କୁ ବଡ଼ ଭେଟି : ୧୦ ଲକ୍ଷର ଜୀବନବୀମା, କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ
  • ||
  • ଦୁଇ ଦଶନ୍ଧି ପରେ ଚିନ୍ତାର କାରଣ ପାଲଟିଛି ଚିକନଗୁନିଆ, ଭାରତ ପାଇଁ କେତେ ବିପଦ ?
  • ||
  • ବିଜେଡ଼ି ଆଣିବ ଅନାସ୍ଥା ପ୍ରସ୍ତାବ ! ଇଙ୍ଗିତ ଦେଲେ ବରିଷ୍ଠ ବିଧାୟକ ଅରୁଣ ସାହୁ
  • ||
  • ଟେଷ୍ଟରୁ ସନ୍ନ୍ୟାସ ନେଇପାରନ୍ତି ଯଶପ୍ରୀତ ବୁମ୍‌ରା ! ସାମ୍ନାକୁ ଆସିଲା ବଡ଼ କାରଣ
  • ||
  • ଯାଜପୁର : ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ଲୋକସଭାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ‘ସଂସଦ ରତ୍ନ’ ପୁରସ୍କାରରେ ୧୭ ସାଂସଦ ସମ୍ମାନିତ, ସୁପ୍ରିୟା ସୁଲେ ଓ ରବି କିଷନଙ୍କ ସହ ଅଛନ୍ତି ଏମାନେ

Published By : Harapriya Biswal | July 26, 2025 5:26 PM

ନୂଆଦିଲ୍ଲୀ,୨୬।୭: ଲୋକସଭାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ୧୭ ସାଂସଦଙ୍କୁ ‘ସଂସଦ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ସାଂସଦଙ୍କ ମଧ୍ୟରେ ଏନ୍‌ସିପି (ଏସପି) ନେତା ସୁପ୍ରିୟା ସୁଲେ, ବିଜେପି ନେତା ରବି କିଷନ, ନିଶିକାନ୍ତ ଦୁବେ ଓ ଶିବସେନା (ୟୁବିଟି) ନେତା ଅରବିନ୍ଦ ସାଓ୍ବନ୍ତ ପ୍ରମୁଖ ଅଛନ୍ତି, ତାଙ୍କୁ ୨୦୨୫ ର ସଂସଦ ରତ୍ନ ପୁରସ୍କାର ପାଇଁ ଚୟନ କରାଯାଇଛି। ଏହି ପୁରସ୍କାର ସାଂସଦଙ୍କୁ ଲୋକସଭାରେ ତାଙ୍କ ସ୍ବତନ୍ତ୍ର ଯୋଗଦାନ ପାଇଁ ଦିଆଯାଏ। '

‘ସଂସଦ ରତ୍ନ’ ପୁରସ୍କାର ବ୍ୟତୀତ ଏଥିରେ ଚାରୋଟି ସ୍ବତନ୍ତ୍ର ଜୁରୀ ପୁରସ୍କାର ରହିଛି, ଯାହାକି ସଂସଦୀୟ ଲୋକତନ୍ତ୍ରରେ ତାଙ୍କର ଲଗାତାର ତିନୋଟି କାର୍ଯ୍ୟକାଳରେ ଦିଆଯାଇଥିବା ଯୋଗଦାନକୁ ମାନ୍ୟତା ପ୍ରଦାନ କରିଥାଏ। ୧୬ ତମ ଲୋକସଭା ପରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିବା ପାଇଁ ସାଂସଦଙ୍କୁ ସଂସଦର ଏହି ସ୍ବତନ୍ତ୍ର ପୁରସ୍କାର ଦିଆଯାଇଛି। ଯେଉଁଥିରେ ବିଜେପି ନେତା ଭତ୍ତୃହରି ମହତାମ (ଓଡିଶା),କ୍ରାନ୍ତିକାରୀ ସମାଜବାଦୀ ପାର୍ଟି ନେତା ଏନ୍‌ ପ୍ରେମଚନ୍ଦ୍ରନ (କେରଳ), ଏନ୍‌ସିପି(ଏସ୍‌ପି) ନେତ୍ରୀ ସୁପ୍ରିୟା ସୁଲେ(ମହାରାଷ୍ଟ୍ର) ଓ ଶିବସେନା ନେତା ଶ୍ରୀରଙ୍ଗ ଅପ୍ପା ବାର୍ନୋ(ମହାରାଷ୍ଟ୍ର)ର ରହିଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ପୁରସ୍କାର ବିଜେପି ସାଂସଦଙ୍କ ଭିତରେ ବିଜେପିର ସ୍ମିତା ଉଦୟ ବାଘ, ଶିବସେନାର ନରେଶ ମହସ୍କେ, କଂଗ୍ରେସର ବର୍ଷା ଗାୟକଓ୍ବାଡ, ବିଜେପିର ମେଧା କୁଲକର୍ଣ୍ଣୀ, ବିଜେପିର ପ୍ରବୀଣ ପଟେଲ, ବିଦ୍ୟୁତ ବରନ ମାହାତୋ ଓ ଦିଲ୍ଲୀ ସୌକିୟା ମଧ୍ୟ ରହିଛନ୍ତି।

ଏହି ପୁରସ୍କାର ବ୍ୟତୀତ ସଂସଦର ପ୍ରଭାବଶାଳୀ ସ୍ଥାୟୀ କମିଟିକୁ ମଧ୍ୟ ସମ୍ମାନିତ କରାଯାଇଛି। ଯେଉଁଥିରେ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଥିବା ଆର୍ଥିକ ସ୍ଥାୟୀ କମିଟି ଓ ଡକ୍ଟର ଚରଣଜିତ୍ ସିଂହ ଚନ୍ନି (କଂଗ୍ରେସ)ର ଅଧ୍ୟକ୍ଷତାରେ କୃଷି ସମ୍ପର୍କିତ ସ୍ଥାୟୀ କମିଟି ରହିଛି। ପ୍ରାଇମ ପଏଣ୍ଟ ଫାଉଣ୍ଡେସନ୍ ଦ୍ବାରା ପ୍ରତିଷ୍ଠିତ ‘ସଂସଦ ରତ୍ନ’ ପୁରସ୍କାର ସେହି ସାଂସଦଙ୍କୁ ଦିଆଯାଇଥିବା ଯେଉଁମାନଙ୍କର ସଂସଦରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସଂସଦରେ ଜନତାଙ୍କ ସମସ୍ୟା,  ତର୍କରେ ଭାଗନେବା, ପ୍ରଶ୍ନ ପଚାରିବା ଓ ବିଧେୟକ ପାରିତ କାର୍ଯ୍ୟକ୍ରମରେ ଯୋଗଦାନ ଆଧାରରେ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ପାଇଁ ବିଜେତାଙ୍କ ଚୟନ ଜଣେ ଜୁରୀଙ୍କ ଦ୍ବାରା କରାଯାଇଥାଏ। ଏହି ପକ୍ରିୟା ସମ୍ପୂର୍ଣ୍ଣ ଭାବରେ ନିରପେକ୍ଷ ହୋଇଥାଏ। ପୁରସ୍କାର ବ୍ୟତୀତ ସଂସଦର ପ୍ରଭାବଶାଳୀ ସ୍ଥାୟୀ କମିଟିକୁ ମଧ୍ୟ ସମ୍ମାନିତ କରାଯାଇଥାଏ। ‘ସଂସଦ ରତ୍ନ’ ପୁରସ୍କାରର ଆରମ୍ଭ ୨୦୧୦ ରେ ପ୍ରାଇମ ପଏଣ୍ଟ ଫାଉଣ୍ଡେସନ୍ ଦ୍ବାରା କରାଯାଇଥିଲା। ୨୦୨୫ ରେ ଏହି ଜୁରୀର ଅଧ୍ୟକ୍ଷ ହଂସରାଜ୍ ଅହୀର ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.