ମନମୁଣ୍ଡା,୧/୧୧ : ମନମୁଣ୍ଡା ଥାନା ଶିମିଳିପଦର ପଞ୍ଚାୟତ କିର୍ଲା ତେଲ ନଦୀଘାଟରୁ ଆଜି ରାତି ସମୟରେ ବେଆଇନ ବାଲି ଚାଲାଣ ହେଉଥିବା ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ଏବଂ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟେଲ୍ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ।

ଜିଲ୍ଲାପାଳ ଏବଂ ଏସପି ମନମୁଣ୍ଡା ଆଇଆଇସି ଅଞ୍ଜଳି ବିଶ୍ଵାଳ ଏବଂ ପୁଲିସ ବଳ ସହ ସେଠାରେ ଚଢ଼ଉ କରିଥିଲେ। ସେତେବେଳେ ଟି ଜେସିବି ଏବଂ ଟି ଟ୍ରାକ୍ଟର ବାଲି ଚାଲାଣ କାମରେ ଲାଗିଥିବା ଦେଖି ସେ ସବୁକୁ ଜବତ କରିଥିଲେ । ଉକ୍ତ ଘାଟଟି ସୋନପୁରର କୁସଲେଶ୍ୱର ପରିଚାଳିତ କରୁଥିବା ଜାଣିବାକୁ ମିଳିଥିଲା । ତେବେ ଘାଟର ମାଲିକକୁ ସେ ନେଇ କୌଣସି ଅନୁମତି ଦିଆଯାଇ ନ ଥିବା ଖଣି ବିଭାଗ ସୂତ୍ରରୁ ଜାଣିବାକୁ ମିଳିଥିଲା । ବେଆଇନ ବାଲିଚାଲାଣ ଶୂନ୍ୟ ସହନଶୀଳତା ଓ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଚଢ଼ଉ ସମୟରେ କୌଣସି ଅଭିଯୁକ୍ତ ଘଟଣାସ୍ଥଳରେ ନ ଥିବା ଜାଣିବାକୁ ମିଳିଛି । ତେବେ ପୁଲିସ ଓ ପ୍ରଶାସନ ଏ ନେଇ ତଦନ୍ତ ଚଳାଇଥିବା ଜାଣିବାକୁ ମିଳିଛି । ରାତି ଅଧିଆ ପୁଲିସ ଓ ପ୍ରଶାସନର ଏପରି ଚଢ଼ଉ ନେଇ ବାଲି ମାଫିଆଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି ।