PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଉଦୟପୁର ଟେଲର୍‌ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତଙ୍କୁ ଏମିତି ମାଡିବସିଲା ପୋଲିସ, ସାମ୍ନାକୁ ଆସିଲା ଗିରଫ ବେଳର ଭିଡିଓ…

ଉଦୟପୁର ୨୯/ ୦୬: ରାଜସ୍ଥାନର ଉଦୟପୁରରେ ଟେଲର୍‌ କହ୍ନେୟା ଲାଲଙ୍କ ବିଭତ୍ସ ହତ୍ୟାକାଣ୍ଡ ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି । ଦିନ ଦ୍ବିପ୍ରହରେ, ଗହଳି ଭିତରେ କାହାରିକୁ ଖାତିର ନକରି ୨ ଜଣ ବ୍ୟକ୍ତି ତାଙ୍କୁ ଅତି ଅମାନୁଷିକ ଭାବେ ଆକ୍ରମଣ କରିବା ସହିତ ହତ୍ୟା କରିଥିଲେ । ଆଉ ହତ୍ୟା ବେଳର ଭିଡିଓ କରିବା ସହିତ ଜଘନ୍ୟ କାଣ୍ଡ କରିଥିବା ନେଇ ସୋସିଆଲ ମିଡିଆରେ ମାନିଥିଲେ ଦୁଇ ଅଭିଯୁକ୍ତ । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ହତ୍ୟା କରିବାକୁ ଖୋଲାଖୋଲି ଭାବେ ଦେଇଥିଲେ ଧମକ । ଘଟଣାରେ ଦୁଇ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଏହାର ଭିଡିଓ ସାମ୍ନାକୁ ଆସିଛି । କିଭଳି ଭାବେ ହତ୍ୟାକରୀ ଗୋସ୍‌ ମହମ୍ମଦ ଏବଂ ରିୟାଜ ଅଖତାରୀକୁ ଗୋଡାଇ ଗୋଡାଇ ଧରିଛି ରାଜସ୍ଥାନା ପୋଲିସର ସ୍ପେସାଲ ସ୍କ୍ବାଡ୍‌ ।

ହତ୍ୟାକରି ବାହାର ରାଜ୍ୟକୁ ବାଇକ ଯୋଗେ ଫେରାର ହୋଇଯାଉଥିବା ବେଳେ ଉଦୟପୁର ଜାତୀୟ ରାଜପଥରୁ ହତ୍ୟାକାରୀ ମହମ୍ମଦ ଏବଂ ଅଖତାରୀକୁ ମାଡିବସିଥିଲା ପୋଲିସ । ସେହିଠାରେ ହିଁ ଉଭୟଙ୍କୁ ଉତ୍ତମ ମଧ୍ୟମ ଦେଇ ଥାନାକୁ ଅଣାଯାଇଥିଲା । ଏ ନେଇ ରାଜସମନ୍ଦ ପୋଲିସ ମୁଖ୍ୟ ସୁଧୀର ଚୌଧୁରୀ ସୂଚନା ଦେଇଛନ୍ତି ।

ହତ୍ୟାକରୀଙ୍କୁ ଧରାଯିବାର ଭିଡିଓ ନିକଟରେ ଏକ ଛାତ ଉପରେ କୌଣସି ଜଣେ ବ୍ୟକ୍ତି କଏଦ କରିଥିଲେ । ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । କୌଣସି ମତେ ଖବର ପାଇଁ ପୋଲିସ ଉକ୍ତ ରାସ୍ତାକୁ ସିଲ୍‌ କରିଦେଇଥିଲା । ତେବେ ବ୍ୟାରିକେଡ୍‌ ଭାଙ୍ଗି ଖସିଯିବା ବେଳେ ସେମାନଙ୍କୁ ମାଡିବସିଥିଲା ପୋଲିସ ।

ସୂଚନାଯୋଗ୍ୟ, ପୈଗମ୍ବର ମହମ୍ମଦ ବାବଦରେ ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥିଲା । ତେବେ ଏହାର କିଛିଦିନ ପରେ ନୂପୁରଙ୍କୁ ସମର୍ଥନ କରି ଉଦୟପୁରର ୪୮ ବର୍ଷୀୟ ବ୍ୟକ୍ତି କହ୍ନେୟା ଲାଲ୍‌ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ତାଙ୍କୁ ପ୍ରତିଦିନ ଧମକପୂର୍ଣ୍ଣ ଫୋନ ଆସୁଥିଲା । ଫୋନ ମାଧ୍ୟମରେ ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଉଥିଲା । ବଡ କଥା ହେଉଛି ଧମକ ମିଳୁଥିବାରୁ କହ୍ନେୟା ଲାଲ୍‌ ଏବଂ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ପୋଲିସ କିଛି ଶୁଣିନଥିଲା ।

ଏହାର ଫାଇଦା ଉଠାଇଥିଲେ ହତ୍ୟାକାରୀ । ଗତକାଲି ଅର୍ଥାତ ମଙ୍ଗଳବାର କହ୍ନେୟା ଲାଲ୍‌ଙ୍କ ଟେଲର ଦୋକାନ ମଧ୍ୟରେ ପଶି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଇସଲାମ୍‌କୁ ଅପମାନିତ କରିଥିବାରୁ ଏଭଳି କାଣ୍ଡ ଘଟାଇଥିଲେ ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ଯୁବକ ଗୋସ୍‌ ମହମ୍ମଦ ଏବଂ ରିୟାଜ ଅଖତାରୀ । କେବଳ ସେତିକି ନୁହେଁ ହତ୍ୟାକାଣ୍ଡ ଘଟାଇବା ପରେ ଭିଡିଓ ଜାରିକରି ସ୍ବୀକାର କରିଥିଲେ ଏବଂ ପିଏମ୍‌ ନରେନ୍ଦ୍ର ମୋଦିଙ୍କୁ ଧମକ ମଧ୍ୟ ଦେଇଥିଲେ ।

ଉଦୟପୁର ହତ୍ୟାକାଣ୍ଡ ପରେ ପୁରା ଦେଶ ସ୍ତବ୍ଧ ହୋଇଯାଇଛି । ଘଟଣାକୁ ନେଇ ଉଦୟପୁରରେ ବୁଧବାର ତୀବ୍ର ହିଂସାକାଣ୍ଡ ଦେଖିବାକୁ ମିଳିଛି । ଅବଶ୍ୟ କାଁଭାଁ ସ୍ଥାନକୁ ଝାଡି ସ୍ଥିତି ପ୍ରାୟତ ଆୟତରେ ରହିଛି । ଅନ୍ୟପଟେ ଆତଙ୍କାବାଦ କାର୍ଯ୍ୟକଳାପ ଆଧାର କରି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ତଦନ୍ତ ଭାର ଦେଇଛନ୍ତି କେନ୍ଦ୍ର ସରକାର ।