ଜଗତସିଂହପୁର, ୧୬।୧୧ :​​​​​​​ ଜଗତସିଂହପୁର ଜିଲା ସଦର ଥାନା ଅଧିନ ତରିକୁନ୍ଦ ଫାଣ୍ଡି ନିକଟ ବେହେରାମପୁର  ବସ୍ତିରେ ସନ୍ଦିଗ୍ଧ ବାଂଲାଦେଶୀ ରହିବାକୁ ନେଇ ପୁଲିସ ଚଢ଼ାଉ  । ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଅଟକ । ଚଢ଼ାଉ ବେଳେ ଗୋଟିଏ ବନ୍ଧୁକ ଜବତ ସହିତ ବହୁ ପରିମାଣରେ ଖଣ୍ଡା,କଟୁରୀ ଆଦି ମାରଣାସ୍ତ୍ର ଜବତ କରାଯାଇଛି । ଘଟଣା ସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଘର ମାଲିକ ସିକନ୍ଦର ଆଲାମ ଓରଫ ସିକୁ ଫେରାର ହୋଇଯାଇଛି । ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିବା ସମୟରେ ସନ୍ଦିଗ୍ଧ ବାଂଲାଦେଶୀ ମାନଙ୍କ ସହିତ ପୋଲିସର  ଧସ୍ତାଧସ୍ତି ହୋଇଥିଲା । ଏଥିରେ ଆଡିସନାଲ ଏସପି ଙ୍କ ସହ ଦୁଇ  ୨ କନେଷ୍ଟବଳ ଆହତ ହୋଇଛନ୍ତି ।

ଉକ୍ତ ବସ୍ତିରେ ୩୦ ରୁ ଉର୍ଦ୍ଧ ସନ୍ଦିଗ୍ଧ ବାଂଲା ଦେଶୀ ଭଡା ଘରେ ରହୁଥିବା ଵେଳେ ବହୁ ଲୋକଙ୍କ ଆଧାର ନଥିବା ଜଣାଯାଇଛି ।ଚଢ଼ାଉ ବେଳେ ୧୦ ରୁ ଉର୍ଦ୍ଧ ଫେରାର ହୋଇ ଯାଇଛନ୍ତି । ଘଟଣା ସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯିବା ସହିତ ବନ୍ଦ ଘର ଗୁଡିକର ତାଲା ଭଙ୍ଗାଯାଇ ଚଢାଉ କରାଯାଉଛି   ।