ଆସିକା, ୬।୪ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ଗ୍ରାମରେ ବିସ୍ଫୋରଣ । ବୋମାକୁ ବଲ ଭାବି କ୍ରିକେଟ ଖେଳୁଥିଲେ । ଏହି ସମୟରେ ନାବାଳକ ହାତରେ ବିସ୍ଫୋରଣ ହୋଇଥିଲା ବୋମା l ଏଥିରେ ଦୁଇଜଣ ନାବାଳକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ କୋଦଳା ମେଡିକାଲ ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି l

ସୂଚନା ଅନୁସାରେ ଦୁଇ ନାବାଳକ କ୍ରିକେଟ ଖେଳୁଥିବା ସମୟରେ ଏକ ବଲ ପରି ଦେଖାଯାଉଥିବା ଅଜଣା ବସ୍ତୁ ପାଇଥିଲେ l ବଲ ଭାବି ସେହି ବସ୍ତୁକୁ ନେଇ କ୍ରିକେଟ ଖେଳିଥିଲେ । ଫଳରେ ବିସ୍ଫୋରଣ ଘଟିଥିଲା l ବିସ୍ଫୋରଣରେ ଦୁଇ ନାବାଳକ ଗୁରୁତର ହୋଇଥିଲେ। ହାତ ଛିଣ୍ଡି ଯିବା ସହ ଗୋଡରେ ମଧ୍ୟ ଆଘାତ ଲାଗିଛି l ସ୍ଥାନୀୟ ଲୋକେ ବିସ୍ଫୋରଣ ସାମଗ୍ରୀକୁ ବୋମା ବୋଲି କହୁଛନ୍ତି। କେଉଁ ଠାରୁ ସେହି ବୋମା ଆସିଲା ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି l ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।