ଭୁବନେଶ୍ୱର, ୪/୭ : ଚର୍ଚ୍ଚାରେ ପଖାଳ ବିଲ୍। ସାଧାରଣ ପଖାଳ ଖିଆରେ ଦେଢ଼ରୁ ଦୁଇ କୋଟି ଖର୍ଚ୍ଚ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଯାହାକୁ ପ୍ରସଙ୍ଗ କରି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଚଳିତ ବର୍ଷ ମାର୍ଚ୍ଚ ୨୦ ପଖାଳ ଦିବସ ପାଳନରେ ଏହି ଖର୍ଚ୍ଚ ହୋଇଛି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ପଖାଳ ଦିବସ ପାଳନର ବିଲ୍ରେ ଏହା ଉଲ୍ଲେଖ ରହିଛି । ଯାହା ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଉଛି । ଘଟଣାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଠିଛି ।

ଏ ବିଷୟରେ ଓଟିଡିସି କର୍ତ୍ତୃପକ୍ଷ ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗ ଚୁପ୍ ରହିଥିବା ବେଳେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ପଖାଳକୁ ବିଶ୍ୱସ୍ତରରେ ତଥା ଓଡ଼ିଆ ଖାଦ୍ୟକୁ ଫାଇଭ୍ ଷ୍ଟାର୍ ହୋଟେଲ୍ରେ ପହଞ୍ଚାଇବା ପାଇଁ ସରକାରଙ୍କ ଏହା ଏକ ପ୍ରୟାସ ଥିଲା। ଗିନିଜ୍ ବୁକ୍ ରେକର୍ଡରେ ସାମିଲ କରିବା ପାଇଁ ଏଭଳି ଢଙ୍ଗରେ ପଖାଳ ଉତ୍ସବ ବା ପଖାଳ ପର୍ବର ପ୍ରସ୍ତୁତି ସହ ଆୟୋଜନ ହୋଇଥିଲା। ଏହା ଠିକ୍ କଥା ଯେ, ପଖାଳକୁ ଗରିବର ଖାଦ୍ୟ ବୋଲି ଧରାଯାଏ । କିନ୍ତୁ ଯେତେବେଳେ ଏହାକୁ ବିଶ୍ୱରେ ପ୍ରଦର୍ଶିତ କରାଯିବ, ୧୦ଟି ଦେଶରେ ଦେଖାଯିବ, ଯଦି ଆମେ ବ୍ୟାପକ ବ୍ୟବସ୍ଥା କରିବାନି, କ’ଣ ସେଠି ପୁଣି ଗରିବ ହୋଇ ଫେରି ଆସିବା । ଆମେ ଚାହୁଁ ଆମର ସବୁ ବ୍ୟଞ୍ଜନ ଫାଇଭ୍ ଷ୍ଟାର୍ ହୋଟେଲ୍ରେ ପହଞ୍ଚିବା ସହ ଗରିବ ଓଡ଼ିଆର ଖାଦ୍ୟକୁ ବି ଜଣେ ସିନେ ତାରକା ଖାଇବା ଦରକାର।

ଆହୁରି ପଢନ୍ତୁ- Coastal Erosion : ସମୁଦ୍ରରେ ଲୀନ ହୋଇଗଲା ପୋଡ଼ମପେଟା ଗାଁ, ଆଖପାଖ ୧୬ ଗାଁକୁ ବଢ଼ୁଛି ବିପଦ

ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି,ଜନଜୀବନ ଅସ୍ତବ୍ୟସ୍ତ ଦେଖନ୍ତୁ କେଉଁଠାରେ କିପରି ଅଛି ଦୃଶ୍ୟ