ନୂଆଦିଲ୍ଲୀ,୦୪/୦୭; ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ଟି-୨୦ ମ୍ୟାଚ୍ ମାଞ୍ଚେଷ୍ଟରରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି । ବୈଭବ ନିଜର ଏକ ଫଟୋ ସେୟାର କରି କ୍ୟାପସନରେ "ନୂତନ ଅଧ୍ୟାୟ" ଲେଖିଛନ୍ତି, ଯାହା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି । ପ୍ରଶଂସକମାନେ ଭାବୁଛନ୍ତି ଯେ ଏହା ତାଙ୍କ ଡେବ୍ୟୁର ସଙ୍କେତ କି ? ଟିମ୍ ଇଣ୍ଡିଆରେ ଡେବ୍ୟୁ ଅପେକ୍ଷାରେ ଥିବା ୧୫ ବର୍ଷୀୟ ବୈଭବଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ନୂଆ ବତର୍କ ସୃଷ୍ଟି କରିଛି । କାରଣ ବୈଭବଙ୍କ ଡେବ୍ୟୁକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ବି ଆସୁଛି । ବୈଭବଙ୍କ ଏହି ପୋଷ୍ଟ ଡେବ୍ୟୁର ସଙ୍କେତ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।
ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ଶୁକ୍ରବାର ତାଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ଏକ ବ୍ୟାଟ୍ ଉଠାଇ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହା ଉପରେ ସେ କ୍ୟାପସନରେ ଲେଖିଛନ୍ତି 'ନୂଆ ଅଧ୍ୟାୟ' (New Chapter) । ଏହି ଦୁଇଟି ଶଦ୍ଦ ଏବେ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି । ଏହାର କିଛି ଘଣ୍ଟା ପୂର୍ବରୁ, ଶୁକ୍ରବାର ମାଞ୍ଚେଷ୍ଟରରେ ଏକ ପ୍ରେସମିଟରେ, ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ମାର୍ନେ ମୋର୍କେଲ ଏପରି ଏକ ବୟାନ ଦେଇଥିଲେ, ଯାହା ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ବୈଭବଙ୍କ ଡେବ୍ୟୁ ସମ୍ଭାବନା ଉପରେ ପ୍ରଶ୍ନ ଉଠାଇଥିଲା ।
ଏହା ବି ପଢନ୍ତୁ...IND VS ENG: ଓଲ୍ଡ ଟ୍ରାଫୋର୍ଡରେ ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା, ଟିମ୍ ଇଣ୍ଡିଆର ଆର୍ଚର ଟେନ୍ସନ୍
ମାର୍କେଲ୍ ସ୍ପଷ୍ଟ ଭାବରେ କହିଥିଲେ ଯେ, ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମାଙ୍କ ସ୍ଥାନ ତୁରନ୍ତ ଛଡାଇ ନିଆଯିବ ନାହିଁ । ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିତିବା ଖେଳାଳିମାନଙ୍କ ଉପରେ ବିଶ୍ୱାସ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ । ମାର୍କେଲଙ୍କ ଏହି ବୟାନ ପରେ, ଏହା ବିଶ୍ୱାସ କରାଯାଉଥିଲା ଯେ ବୈଭବଙ୍କୁ ଦ୍ୱିତୀୟ ଟି-ଟ୍ୱେଣ୍ଟି ପାଇଁ ମଧ୍ୟ ଅପେକ୍ଷା କରିବାକୁ ପଡିପାରେ । କିନ୍ତୁ ଏହି ବୟାନର କିଛି ଘଣ୍ଟା ପରେ 'ନ୍ୟୁ ଚାପ୍ଟର' ସହିତ ବୈଭବଙ୍କ ଇନଷ୍ଟା ଷ୍ଟ୍ରୋରୀ ସାମ୍ନାସୁ ଆସିଛି । ଯାହା ମାମଲାକୁ ଆହୁରି ରହସ୍ୟମୟ କରିଛି ।
ଏହା ଡେବ୍ୟୁର ସଙ୍କେତ କି ?ସୋସିଆଲ ମିଡିଆରେ ଅନେକ ପ୍ରଶଂସକ ଏହି ପୋଷ୍ଟକୁ ବୈଭବଙ୍କ ସମ୍ଭାବ୍ୟ ଡେବ୍ୟୁ ସହିତ ଯୋଡୁଛନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ 'ନୂଆ ଅଧ୍ୟାୟ' ଟିମ୍ ଇଣ୍ଡିଆ ପାଇଁ ଏକ ନୂତନ ଯାତ୍ରାର ଆରମ୍ଭର ସଙ୍କେତ ଦେଇପାରେ । ବର୍ତ୍ତମାନ ଏହାର କୌଣସି ନିଶ୍ଚିତ ଖବର ଆସିନାହିଁ । ଏହି ପୋଷ୍ଟର ଆଉ ଏକ ଦିଗ ମଧ୍ୟ ସାମ୍ନାକୁ ଆସୁଛି । ଗତ କିଛି ଦିନ ଧରି ବୈଭବଙ୍କ ବ୍ୟାଟ୍ ପ୍ରାୟୋଜକଙ୍କୁ ନେଇ ଆଲୋଚନା ଚାଲିଛି । ହୁଏତ ଏହା ସ୍ପନସର ହୋଇଥାଇପାରେ ।
New Chapter 🌪️ pic.twitter.com/xNOBTtSVOT
— Vaibhav Sooryavanshi (@Vaibhavsooryava) July 3, 2026
ଏହା ବି ପଢନ୍ତୁ...FIFA World Cup: ମେସିଙ୍କ ମହାଧମାକାରେ ହାରୁ ହାରୁ ବଞ୍ଚିଗଲା ଆର୍ଜେଣ୍ଟିନା, କନ୍ଦାଇ ଦେଇଥିଲା ଏହି ଛୋଟ ଦେଶ