ବରଗଡ,୧।୫ : ଗୋଟିଏ କୋଠରୀରୁ ୨ଜଣଙ୍କ ମୃତଦେହ ଉଦ୍ଧାର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର । ବରଗଡ଼ ଭେଡ଼େନ ଥାନା ସୁନା ଲରମ୍ବା ପଞ୍ଚାୟତ ବାଘ ପାଲି ଗାଁରେ  ଏଭଳି ଘଟଣା ଘଟିଛି। ମୃତକମାନେ ହେଲେ ବାଘ ପାଲି ଗାଁର ତରଣି ବାଗ ଓ ମଘା ଭୁଏ  । 

ବରଗଡ଼ ଭେଡ଼େନ ଥାନା ସୁନା ଲରମ୍ବା ପଞ୍ଚାୟତ ବାଘ ପାଲି ଗାଁର  ତରଣି ବାଗ ଓ ମଘା ଭୁଏଙ୍କ ମୃତଦେହ ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା। ଏହା ଦେଖି   ଗାଁ ଲୋକେ ଭେଡେନ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।  କାହିଁକି ଓ କିଏ ହତ୍ୟା କରିଛି କାରଣ ଅସ୍ପଷ୍ଟ ।