ବ୍ରହ୍ମପୁର ୨୮।୫ : ମହାଭାରତ ଦେଖୁଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହେଲା ମହାଭାରତ । ଢେଲା ପଥର ମାଡ଼ ସହ ଠେଙ୍ଗାରେ ପିଟାପିଟି ହେଲେ। ଏଥିରେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମାର୍କଣ୍ଡୀ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଗାଁରେ ଠାକୁରାଣୀ ଯାତ୍ରା ଅବସରରେ ଓଡିଆରପି କଲୋନୀ ନିକଟରେ ଦୁଇଟି ମହାଭାରତ ଦଳ ନାଟକ ପରିବେଷଣ କରୁଥିଲେ ।କୌଣସି ଏକ କାରଣକୁ ନେଇ ଗାଁର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରସ୍ପର ଉପରକୁ ପଥର ମାଡ଼ କରିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ । ପଥର ମାଡ଼ ଓ ଠେଙ୍ଗାରେ ଆକ୍ରମଣରେ ଦୁଇ ଗୋଷ୍ଠୀର ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢନ୍ତୁ : ମରାମତି ପାଇଁ ଆସିଥିବା ୩ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଦେଲେ