କୋଣାର୍କ, ୧୫।୧୦ : ପୁରୀ ଜିଲ୍ଲା ନୂଆହାଟ ଯୋଗେଶ୍ୱରପୁର ଠାରେ ଏକ ବାଇକ- କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ନାଚୁଣି ଥାନା ଅନ୍ତର୍ଗତ ଗମ୍ଭାରୀପଦା ପଞ୍ଚୁଗାଁର ସୌମ୍ୟ ପ୍ରଧାନ ( ୨୪ ) ଓ ଲକି ମହାପାତ୍ର ( ୧୬ ) ।
ବ୍ରହ୍ମପୁରରୁ ଜନୈକ ବ୍ୟକ୍ତି ପରିବାର ସହ ନିଜ ପୁଅର ମାନସିକ ଜଟ କାକଟପୁର ମଙ୍ଗଳା ମନ୍ଦିରକୁ ପକାଇବାକୁ ଆସିଥିଲେ। ସେଠାରୁ ନିଜ କାର ( ନଂ ଓଡ଼ି ୩୩ ଏ ଇ ୬୫୬୯ ) ଯୋଗେ ଘରକୁ ଫେରୁଥିଲେ। ନୂଆହାଟ ଯୋଗେଶ୍ଵରପୁର ଆଳୁଦଣ୍ଡାପାଟଣା ମଧ୍ୟରେ ଥିବା ଅଣ୍ଡର ପାସ୍ ଠାରେ ଏକ ବାଇକ( ନଂ ଓଡ଼ି ୦୨ ସି ଡବ୍ଲୁ ୫୯୬୨ )ଦ୍ରୁତ ଗତିରେ ଆସି କାରକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଯାହା ଫଳରେ ବାଇକ ବସିଥିବା ୨ ଜଣ କିଛି ଦୂର ଛିଟିକି ପଡ଼ି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକମାନେ ଦୁଇ ଜଣକୁ ଉଦ୍ଧାର କରି ନିକଟସ୍ଥ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ସେଠାରେ ଡାକ୍ତର ଉଭୟଙ୍କ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ନୟା ହାଟ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଓ କାର କୁ ଜବତ କରି ତଦନ୍ତ କରୁଛି।