ଆଠମଲ୍ଲିକ, ୨।୬ : ବିଲରେ ହଲ କରିବାକୁ ଟ୍ରାକ୍ଟର ନେଇ ଯାଇଥିଲେ। ହଠାତ ବଜ୍ରପାତ ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। .ହଣ୍ଡପା ଥାନା ପାପସର ଗ୍ରାମରେ ଏହି ଘଟଣା ଘଟିଛି। ମୃତକମାନେ ହେଲେ ପାପସର ଗ୍ରାମର ସଞ୍ଜୟ ସାହୁ ଓ ଆର୍ତ୍ତିତ୍ରାଣ ବେହେରା। ମୃତକ ୨ ଜଣ ହେଲେ ସମ୍ପର୍କୀୟ ଭାଇ।
ପାପସର ଗ୍ରାମର ସଞ୍ଜୟ ସାହୁ ଓ ଆର୍ତ୍ତିତ୍ରାଣ ବେହେରା ଟ୍ରାକ୍ଟର ନେଇ ବିଲକୁ ହଳକରିବାକୁ ଯାଇଥିଲେ । ବର୍ଷା ହେବାରୁ ଦୁଇ ଭାଇ ଟ୍ରାକ୍ଟର ଛାଡି ଦେଇ ବିଲ ନିକଟରେ ଥିବା ଏକ ଗଛ ନିକଟରେ ବର୍ଷାରୁ ବର୍ତ୍ତିବା ଛିଡା ହୋଇଥିଲେ । ଗଛକୁ ବିଜୁଳି ମାରିବାରୁ ଦୁଇ ଭାଇ ନାଳରେ ପଡି ଯାଇଥିଲେ । ଟ୍ରାକ୍ଟର ବିଲରେ ଛିଡା ହେଇଥିବା ଦେଖି ଲୋକେ ଖୋଜା ଖୋଜି କରିଥିଲେ । ବିଲ ନାଳ ଭିତରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି। ଘଟଣାକୁ ନେଇ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଆହୁରି ପଢନ୍ତୁ : ଗ୍ୟାସ ସିଲିଣ୍ଡର ଫାଟି ଦୋକାନରେ ଲାଗିଲା ନିଆଁ, ଜଳିଯାଇ ଚାଲିଗଲା ନାବାଳକ ଜୀବନ