ମାଲକାନଗିର, ୨୯।୬ : ମାଲକାନଗିରି ଜିଲ୍ଲାର ଏକ ସୁନା ଦୋକାନରୁ ୭୦୦ ଗ୍ରାମ ସୁନା ଗହଣା ଚୋରି କରିଥିବା ଅଭିଯୋଗରେ କନ୍ୟାକୁମାରୀରୁ ଦୁଇ ଲୁଟେରାଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲାର ମଦାସୁ ଜନ ପଲ୍ ଓରଫ ଜଗଦିଶ ଓ ଇନ୍ତୁରି ଓରୁଣା ଓରଫ ଅର୍ଚ୍ଚନା ।

୨୦୨୧ ମସିହାରେ ମାଲକାନଗିରି ସହରର ପ୍ରସାଦ ଜୁଏଲର୍ସର ମାଲିକ ସୁବାଷ ପାଟିଲଙ୍କୁ ପୂଜା ଭୋଗ କହି ନିଶା ଯୁକ୍ତ ମିଠା ଖୁଆଇ ୭୦୦ ଗ୍ରାମ ସୁନା ଗହଣା ଲୁଟି ନେଇଥିଲେ । ଦୀର୍ଘ ପାଞ୍ଚ ବର୍ଷ ଧରି ପୋଲିସର ତଦନ୍ତ ଜାରି ରହିଥିଲା। ଶେଷରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ହାତରେ ଧରା ପଡିଲେ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲାର ମଦାସୁ ଜନ ପଲ୍ ଓରଫ ଜଗଦିଶ ଓ ଇନ୍ତୁରି ଓରୁଣା ଓରଫ ଅର୍ଚ୍ଚନା । କନ୍ୟାକୁମାରୀରୁ ଗିରଫ ହୋଇଥିବା ଏହି ପୁରୁଷ ଓ ମହିଳା ଅଭିଯୁକ୍ତଙ୍କ ଠାରୁ ପୋଲିସ ଦୁଇ ଶହ ଗ୍ରାମ ମେଲଟେଡ ସୁନା, ଦୁଇଟି ପିସ୍ତଲ, ନଅଟି  ଅଫୁଟା ଗୁଳି, ଦୁଇଟି ସୁନା ତରଳା ମେସିନ, ଗୋଟିଏ ଲାପଟପ ଓ ଗୋଟିଏ ମୋଟର ସାଇକେଲ ଜବତ କରି କୋର୍ଟ ଚାଲାଣ କରିଛି ।

ଆହୁରି ପଢନ୍ତୁ : ବଜ୍ରପାତରେ ଚାଲିଗଲା ୨ ଜୀବନ