ବାଲେଶ୍ବର, ୨୯।୬ : ବାଲେଶ୍ୱର ଜିଲ୍ଲାର ପୃଥକ୍ ପୃଥକ୍ ସ୍ଥାନରେ ଦୁଇ ଜଣ ବଜ୍ରାଘାତରେ ମୃତ୍ୟୁ ଘଟିଛି। ଲୁଗା ଶୁଖାଉଥିବା ବେଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଈ ଆଣିବାକୁ ଯାଇଥିବା ବେଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଚୁନଭାଟି ଅଞ୍ଚଳରେ କନକଲତା ପଲେଇ ଓ ମିର୍ଜାପୁର ଝୀଙ୍କିରିଆ ଗ୍ରାମର ମଧୁସୁଦନ ମହାନ୍ତି ।
ବାଲେଶ୍ବର ଟାଉନ ଥାନା ଅନ୍ତର୍ଗତ ଚୁନଭାଟି ଅଞ୍ଚଳରେ କନକଲତା ପଲେଇ (୬୫) ଛାତ ଉପରକୁ ଲୁଗା ଶୁଖାଇବା ପାଇଁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ବାଲେଶ୍ବର ସଦର ଥାନା ଅନ୍ତର୍ଗତ ମିର୍ଜାପୁର ଝୀଙ୍କିରିଆ ଗ୍ରାମର ମଧୁସୁଦନ ମହାନ୍ତି (୬୮) ବିଲକୁ ଗାଈ ଆଣିବା ପାଇଁ ଯାଇଥିଲେ। ବଜ୍ରପାତ ହେବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଉଭୟଙ୍କ ମୃତ ଦେହ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ରଖା ଯାଇଛି।
ଆହୁରି ପଢନ୍ତୁ : ବାପା-ଭଉଣୀ ଆଗରେ ଯୁବକଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା