ରାଉରକେଲା,୨୨/୦୧: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଜି ଭୋର ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଏନକାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଆଉ କିଛି ମାଓବାଦୀ ଆହତ ହୋଇଥିବା ବେଳେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଆହୁରି ପଢନ୍ତୁ...ମଣିଷ ମରା ଥାର୍, ଗୋଟିଏ ପରେ ଗୋଟିଏ ଜୀବନ ନେଇ ଚାଲିଛି କିଲର୍ ଗାଡ଼ି

ସରଣ୍ଡା ଜଙ୍ଗଲର ସମଠା ଓ କିରିବୁରୁ ମଝିରେ ମାଓବାଦୀଙ୍କ ଗତିବିଧି ଥିବା ସୂଚନା ମିଳିବା ପରେ ସିଆରପିଏଫ୍, କୋବ୍ରା ଓ ଜାଗୁଆର ବାହିନୀର ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସମଠା ଓ କିରିବୁରୁ ମଝିରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ମୁକାବିଲା କରି ନ ପାରି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଯବାନମାନେ ତଲାସୀ ଅଭିଯାନ ଚଳାଇବା ସମୟରେ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସରଣ୍ଡାରେ ସର୍ଚ୍ଚ ଅପରେସନ ଜାରି ରହିଛି।