PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଭିଜିଲାନ୍ସ ହାତରେ ଦୁଇ ଅଧିକାରୀ

ବାଲିପାଟଣା, ୨୯ା୧(ଆପ୍ର): ଲାଞ୍ଚ ନେବା ବେଳେ ବାଲିପାଟଣାର ଦୁଇ ଅଫିସର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଅଗ୍ନିଶମ ସେବା ସଂସ୍ଥାର ଷ୍ଟେସନ ଅଫିସର (ଏସ୍‌ଓ) ଅନ୍ୟ ଜଣେ ଗ୍ରାମପଞ୍ଚାୟତ ଟେକ୍‌ନିକାଲ ଆସିଣ୍ଟାଣ୍ଟ (ଜିପିଟିଏ) । ଭୁବନେଶ୍ୱରରୁ ଆସିଥିବା ଦୁଇଟି ଭିଜିଲାନ୍ସ ଟିମ୍‌ ଏହି ଦୁଇ ଅଫିସରଙ୍କୁ ଧରିଛନ୍ତି ।
ମଧ୍ୟାହ୍ନ ୧୨ଟାରେ ଏସ୍‌ଓ ପ୍ରଫୁଲ୍ଲ ବେହେରା ବେଙ୍ଗବତୀ ବସ୍ତିର ସୟଦ ସାହିର୍‌ ଉଲ୍ଲାଙ୍କଠାରୁ ୫ ହଜାର ଟଙ୍କା ନେଲା ବେଳେ ପୂର୍ବ ଯୋଜନାନୁଯାୟୀ ସେଠାରେ ଉପସ୍ଥିତ ତିନି ଡିଏସ୍‌ପି ପି. କେ. ନାୟକ, ଏସ.କେ. ସାମଲ ଓ ତନୁଜା ମହାନ୍ତିଙ୍କ ନେତୃତ୍ୱରେ ସାତ ଜଣିଆ ଟିମ୍‌ ଧରିଥିଲେ । ଏସ୍‌ଓ ଶ୍ରୀ ବେହେରା ଚତୁରତାର ସହ ଲାଞ୍ଚ ଟଙ୍କା ବାହାରକୁ ଫୋପାଡି ଦେଲା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲେ ।
ସୂଚନାନୁଯାୟୀ ଗତ ଡିସେମ୍ବର ୧୬ ତାରିଖ ବିଳମ୍ବିତ ରାତିରେ ଅଠାନ୍ତର ପେଟ୍ରୋଲ ପମ୍ପ ନିକଟ ବେଙ୍ଗବସ୍ତିର ସୟଦ ସାହିର ଉଲ୍ଲାଙ୍କ ଏକ ଟ୍ରକକୁ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଥିଲା । ସୟଦ ବାଲିପାଟଣା ଥାନାରେ ଏ ନେଇ ଏତଲା ଦେଇଥିଲେ । ଟ୍ରକର ଇନ୍‌ସ୍ୟୁରାନ୍ସ ପାଇଁ ସୟଦ ବାଲିପାଟଣା ଅଗ୍ନିଶମ ସେବା ସଂସ୍ଥାରୁ ଆବଶ୍ୟକ ପ୍ରମାଣପତ୍ର ପାଇବା ପାଇଁ ଆବେଦନ କରିଥିଲେ । ଅଗ୍ନିଶମ ସେବା ବିଭାଗ ଅଧିକାରୀ ଶ୍ରୀ ବେହେରା ତିନି ସପ୍ତାହ ହେଲାଣି ସୟଦଙ୍କୁ ଆଜିକାଲି କହି ଦୌଡ଼ାଉଥିଲେ । ଶେଷରେ ସେ ସାର୍ଟିଫିକେଟ ପାଇଁ ୨୦ ହଜାର ଟଙ୍କା ଦାବି କରିଥିଲେ । ସୟଦ ଏଥିରେ ଅକ୍ଷମତା ପ୍ରକାଶ କରିବାରୁ ଶେଷରେ ୧୦ ହଜାର ଟଙ୍କା ଦେବାକୁ କଥା ଛିଣ୍ଡିଥିଲା । ଏ ସମ୍ପର୍କରେ ସୟଦ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ କହିଥିଲେ । ଯୋଜନା ମୁତାବକ ଆଜି ସୟଦ ଅଗ୍ନିଶମ ସେବା ଅଧିକାରୀଙ୍କୁ ୫ ହଜାର ଟଙ୍କା ଦେବା ବେଳେ ଭିଜିଲାନ୍ସ ଟିମ୍‌ ଧରିଥିଲେ ।
ଘଟଣାର ଘଣ୍ଟାଏ ପରେ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରୁ ଡିଏସପି ଅକ୍ଷୟ ମିଶ୍ରଙ୍କ ନେତୃତ୍ୱରେ ଆସିଥିବା ଅନ୍ୟ ଏକ ଟିମ୍‌ ଗ୍ରାମପଞ୍ଚାୟତ ବୈଷୟିକ ସହାୟକ (ଜିପିଟିଏ) କ୍ଷଣପ୍ରଭା ମୂଳିଆଙ୍କୁ ଧରିଥିଲେ । ଜିପିଟିଏ ଦେଉଳଧରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କଣ୍ଟାସାହିର ବିକ୍ରମ ବେହେରାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଫାଇନାଲ ବିଲ୍‌ ଦେବାକୁ ୬୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମାତ୍ର ବିକ୍ରମ ୧୦ ହଜାର ଟଙ୍କା ୨୯ ତାରିଖରେ ଦେବେ ବୋଲି କଥା ଛିଣ୍ଡି ଥିଲା । ଏ ସମ୍ପର୍କରେ ବିକ୍ରମ ଭୁବନେଶ୍ୱର ଯାଇ ଭିଜିଲାନ୍ସ ପଦାଧିକାରୀଙ୍କୁ ଭେଟିଥିଲେ । ଯୋଜନା ମୁତାବକ ଆଜି ଡିଏସପି ଅକ୍ଷୟ ମିଶ୍ରଙ୍କ ନେତୃତ୍ୱରେ ଚାରି ଜଣିଆ ଟିମ୍‌ ବିକ୍ରମ ବେହେରାଙ୍କ ଠାରୁ ଜିପିଟିଏ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ କାବୁ କରିଥିଲେ । ଉଭୟ ଏସ୍‌ଓ ଏବଂ ଜିପିଟିଏଙ୍କୁ ଭିଜିଲାନ୍ସ ଟିମ୍‌ ନିଜ ହେପାଜତରେ ଭୁବନେଶ୍ୱର ନେଇଯାଇଛନ୍ତି ।