ଫିରିଙ୍ଗିଆ, ୨୧।୩ : ମାଶ୍ରୀ ପଡା ଜଙ୍ଗଲରେ ଫିରିଙ୍ଗିଆ ପୁଲିସ ଚଢାଉ କରି ୮୨ ବସ୍ତା ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲଣ ପାଇଁ ଜଙ୍ଗଲରେ ଏହାକୁ ରଖାଯାଇଥିଲା। ତେବେ ଚଢାଉ ବେଳେ ଗଞ୍ଜେଇ ମାଫିଆମାନେ ଫେରାର ହୋଇଯାଇଛନ୍ତି।
ଫିରିଙ୍ଗିଆ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀ ଧର ସାହୁ ଙ୍କ ନିର୍ଦେଶ ରେ ଏବଂ ଅତିରିକ୍ତ ଥାନା ଅଧିକାରୀ ଦୀପକ ରାଉତ ଙ୍କ ନେତୃତ୍ୱ ରେ ଏକ ପୁଲିସ ଟିମ ମାଶ୍ରୀ ପଡା ଜଙ୍ଗଲରେ ଅତର୍କିତ ଚଢ଼ାଉ କରିଥିଲେ। ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ୮୨ ଟି ବସ୍ତାରେ ଭର୍ତ୍ତି ହୋଇଥିବା ୨୦ କୁଇଣ୍ଟାଲ ୬୬ କେଜି ଗଞ୍ଜେଇ ଜବତ କରିଥିଲେ l ତେବେ ମାଫିଆ ମାନେ ଘଟଣା ସ୍ଥଳ ରୁ ଗଞ୍ଜେଇ ଛାଡି ଫେରାର ମାରିଥିବା ପୋଲିସ ସୂଚନା ଦେଇଛି l ଚଳିତ ବର୍ଷର ଏହା ଫିରିଙ୍ଗିଆ ଥାନାର ସର୍ବାଧିକ ଗଞ୍ଜେଇ ଜବତ । ଫେରାର ଗଞ୍ଜେଇ ମାଫିଆ କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଛି ।